ରାଉରକେଲାରୁ ବିଶ୍ୱ ମଞ୍ଚକୁ – ଟିମ୍ ୱ।ନ କ୍ରିଉ ସଫଳତାର କାହାଣୀ…..

ରାଉରକେଲାରୁ ବିଶ୍ୱ ମଞ୍ଚକୁ – ଟିମ୍ ୱ।ନ କ୍ରିଉ ସଫଳତାର କାହାଣୀ…..

ରାଉରକେଲା: କଠିନ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି, ଅନୁଶାସନ ଓ ନୃତ୍ୟ ପ୍ରତି ଅପାର ଭଲପାଇବା ଯେତେବେଳେ ଏକତ୍ରିତ ହୁଏ, ସେତେବେଳେ ସୃଷ୍ଟି ହୁଏ ସଫଳତାର ଏକ ସ୍ୱର୍ଣ୍ଣିମ ଇତିହାସ। ସେହି ଇତିହାସର ଜୀବନ୍ତ ଉଦାହରଣ ହେଉଛି ଟିମ୍ ୱ।ନ କ୍ରିଉ, ରାଉରକେଲା। ୨୦୧୬ ମସିହାରେ ଦିଲେଶ୍ୱର ହେସାଙ୍କ ପ୍ରତିଷ୍ଠା ଓ ନେତୃତ୍ୱରେ ଗଢ଼ିଉଠିଥିବା ଏହି ଦଳ ଆଜି ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଜାତୀୟ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଗୌରବକୁ ଉଚ୍ଚରେ ପହଞ୍ଚାଇଛି। ଜିଏଲଏକ୍ସ ୱ।ଲ୍ଡ ଚମ୍ପିଆନସିପ ୨୦୨୬ ରେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌ରେ ଭାରତକୁ ପ୍ରତିନିଧିତ୍ୱ କରି ଦଳଟି ପ୍ରଥମ ରନର୍ସ ଅପ୍ ସମ୍ମାନ ଅର୍ଜନ କରିଛି। ଏହି ଐତିହାସିକ ସଫଳତା ସହିତ ବର୍ତ୍ତମାନ ଚୀନରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ନୃତ୍ୟ ଚମ୍ପିଆନସିପ ରେ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଅର୍ଜନ କରିଛି। ସଫଳତା କେବଳ ଟ୍ରଫି କିମ୍ବା ପଦକର ନାମ ନୁହେଁ, ଏହା ହେଉଛି ଅନବରତ ଅଭ୍ୟାସ, ଅସଂଖ୍ୟ ତ୍ୟାଗ, ଦୃଢ଼ ସଙ୍କଳ୍ପ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ଅବିରତ ସଂଘର୍ଷର ଫଳ। ଟିମ୍ ଓନ୍ କ୍ରୁର ପ୍ରତ୍ୟେକ ସଦସ୍ୟ ପ୍ରମାଣ କରିଛନ୍ତି ଯେ, ଲକ୍ଷ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ଥିଲେ କୌଣସି ସ୍ୱପ୍ନ ଅସମ୍ଭବ ନୁହେଁ। ଏହି ଦଳ ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ ସିଜନ–୯ ଏବଂ ଡ୍ୟାନ୍ସ ପ୍ଲସ୍ ସିଜନ–୬ ର ଷ୍ଟୁଡିଓ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚି ନିଜର ଦକ୍ଷତାର ପରିଚୟ ଦେଇଛି। ସେହିପରି ଧୀ ୧୫ ରେ ସେମାନେ ସେମିଫାଇନାଲିଷ୍ଟ ଭାବେ ସଫଳତା ହାସଲ କରିଥିଲେ। ଅନେକ ଥର ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତାର ବିଜେତା ହେବା ସହିତ ବିଶ୍ୱସ୍ତରୀୟ ବିଚାରକମାନଙ୍କ ସମ୍ମୁଖରେ ନିଜର କଳା ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଦଳରେ ଆୟୁଷ୍ମାନ ଇନୋବଏ,ରାଜୁ ମାଝୀ,ଲଲାଟେନ୍ଦୁ ସୁନା ,ପ୍ରିୟଙ୍କା ମିଞ୍ଜ, ସୁମିତ ବାଗ,
ଚନ୍ଦନ କାନ୍ହାର,ବିଶ୍ୱରଞ୍ଜନ ନାୟକ,
ସାୱନ କୁମାର ପରିଡା,ଆଦିତ୍ୟ କୁମାର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *