ଖଲ୍ଲିକୋଟ ସହର ରେ ସୁଭଦ୍ରା ମୟ ପରିବେଶ
ଖଲ୍ଲିକୋଟ ସହର ରେ ସୁଭଦ୍ରା ମୟ ପରିବେଶ, ଅର୍ଥ ରାଶି ପାଇବା ପାଇଁ ମହିଳା ଙ୍କ ଉତ୍କଣ୍ଠା ବ୍ରହ୍ମପୁର :-୧୭/୦୯( ) ମୋଦି ଙ୍କ ଜନ୍ମ ଦିନ ଅବସର ରେ ଓଡିଶା ରେ ଶୁଭାରମ୍ଭ ହୋଇ ଥିବା ସୁଭଦ୍ରା ମାନେ ଅର୍ଥ ରାଶି ପାଇବା ନେଇ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ମୋଦି ଙ୍କ ଭାଷଣ ଶୁଣିବାକୁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ମହିଳା ମାନଙ୍କ ଭିଡ଼ ଜମିଥିଲା। ଖଲ୍ଲିକୋଟ ବ୍ଲକରେ ସେପ୍ଟେମ୍ବର ୧୫ ସୁଧା ୩୫ ହଜାର ମହିଳାଙ୍କ ଆବେଦନ ପଞ୍ଜିକୃତ ହୋଇଥିଲା।ତେବେ ପଞ୍ଜିକୃତ ହୋଇ ଥିବା ମହିଳା ମାନଙ୍କ ମଧ୍ୟରୁ ୫୦ ଭାଗ ମହିଳା ଙ୍କ ଖାତା କୁ ସୁଭଦ୍ରା ଅର୍ଥ ରାଶି ଆସି ନଥିବା ରୁ ମହିଳା ମାନେ ଯୋଜନା ନେଇ ମୁହଁ ମୋଡିଲେଣି। ସଭାସ୍ଥଳ ରେ ଥିବା ଅନେକ ମହିଳା ପଇସା ପାଇବା ନେଇ ଘୋର ଆଶଙ୍କା ରେ ରହିଛନ୍ତି। ତେବେ ଉକ୍ତ ସୁଭଦ୍ରା ସମାବେଶ କୁ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଖଲିକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଓ ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ଶର୍ମା ଓ ଖଲ୍ଲିକୋଟ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ସୁଭଦ୍ରା ଯୋଜନା ବିଷୟ ରେ ମହିଳା ମାନେ ଭ୍ରମିତ ନହେବାକୁ ପରାମର୍ଶ ଦେଇଥିଲେ। ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ସ୍ୱଛତା ହିଁ ସେବା ନେଇ ସୂଚନା ଦେବା ସହ ମହିଳା ମାନଙ୍କୁ ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ କୁମାରୀ ଦାଶ ଓ ସମସ୍ତ ପି ଆର ଆଇ ସଭ୍ୟ ମାନଙ୍କୁ ଗଛ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ପ୍ରକାଶ ଥାଉକି ଅନେକ ମହିଳା ଆବେଦନ ରୁ ବଂଚିତ ହେଉଥିବା ବେଳେ କେତେକ ମହିଳା ଙ୍କ ଆଧାର ସହ ଫୋନ ନମ୍ବର ଲିଙ୍କ ହୋଇ ନ ହୋଇ ପାରିବାରୁ ସେମାନେ ହତାଶ ହୋଇ ପଡ଼ୁଛି। ଏହି ଯୋଜନା ର ପଞ୍ଜିକରଣ କରିବାକୁ ନେଇ ମଧ୍ୟସ୍ଥି ଦଲାଲ ଓ ଜନ ସେବା କେନ୍ଦ୍ର କୁ ଦୌଡ଼ି ଦୌଡ଼ି ଆର୍ଥିକ ଶୋଷଣ ର ଶିକାର ହୋଇଥିବା ମହିଳା ମାନେ ଖୁଲମ ଖୁଲା ପ୍ରକାଶ କରୁଛନ୍ତି। ତେଣୁ ବିନା କୌଣସି ଲିଙ୍କ ରେ ସିଧାସଳଖ ବ୍ୟାଙ୍କ ଖାତା ଅର୍ଥ ରାଶି ପଠାଇବା ପାଇଁ ମହିଳା ମାନେ ଦାବି କରିବା ସହ ଡାକ ଘରେ ଆଧାର ଲିଙ୍କ ପାଇଁ ୫୦ ବଦଳରେ ୧୦୦ ଟଙ୍କା ଆଦାୟ କରିଥିବା ନଜିର ରହିଛି। ଏହି ଯୋଜନା ରେ ଖଲ୍ଲିକୋଟ ବ୍ଲକ ରେ ଫର୍ମ ବଣ୍ଟନ ଠୁ ଆରମ୍ଭ କରି ଆଧାର ଲିଙ୍କ ଓ ପଞ୍ଜିକରଣ କ୍ଷେତ୍ର ରେ ଲକ୍ଷାଧିକ ଟଙ୍କା ର ଘୋଟଲା ହୋଇଥିବା ଅଭିଯୋଗ ହୋଇଛି | ଭୁବନେଶ୍ୱର ଠାରେ ଆୟୋଜିତ ମୋଦି ଙ୍କ ସଭା କୁ ଖଲ୍ଲିକୋଟ ବ୍ଲକ ତରଫରୁ ବହୁ ମହିଳାଙ୍କୁ ପଠା ଯାଇଥିବା ଜଣାପଡିଛି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କ ମଧ୍ୟରୁ ୧୦ ଜଣଙ୍କୁ କାର୍ଯ୍ୟାଦେଶ ବିଧାୟଜ ଶ୍ରୀ ସେଠୀ ପ୍ରଦାନ କରିଥିଲେ।
