ଏ.ଇ.ଏସ୍. ମହାବିଦ୍ୟାଳୟ, ତରଭା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଏ.ଇ.ଏସ୍. ମହାବିଦ୍ୟାଳୟ, ତରଭା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମତରଭା,ତା.୧୭/୦୯ — ତରଭା ବ୍ଲକ ଅନ୍ତର୍ଗତ ବୁଦେଲମୁଣ୍ଡାସ୍ଥିତ ପମ୍ପ ହାଉସ ପରିସରେ ଏ.ଇ.ଏସ୍. ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି। ଅଧ୍ଯକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସହକାରୀ ଯନ୍ତ୍ରୀ ଦୀପକ କୁମାର ମେହେର ଏବଂ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର ପ୍ରଫେସର ମନୋରଞ୍ଜନ ଭୋଇଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ପ୍ରକାର ଫଳମୂଳ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ଏନ୍.ଏସ୍.ଏସ୍. ସ୍ୱେଚ୍ଛାସେବୀମାନେ ବୁଦେଲମୁଣ୍ଡା ଗ୍ରାମରେ ସଚେତନତା ବାର୍ତ୍ତା ଦେଇ ଆଗାମୀ ଦିନରେ ପମ୍ପ ହାଉସଠାରେ ଏକ ବିରାଟ ଫଳ ଉଦ୍ୟାନ ଗଢ଼ିବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ । ଫଳସ୍ବରୂପ ଜଙ୍ଗଲର ଜୀବଜନ୍ତୁମାନଙ୍କ ପାଇଁ ସହାୟ ହେବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ପାଇଁ ସବୁଜ ପରିବେଶ ସୃଷ୍ଟି କରିବ। ଅଧ୍ୟାପକ ବିଭୀଷଣ ପଧାନ, ମୋନାଲିସା ପଧାନ, ସୁନିତା ପଧାନ ଓ କଲେଜର ଅନ୍ୟାନ୍ୟ କର୍ମଚାରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *