ଫୋର୍ସ ଆଇଏକ୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ୯ ଏଏମ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ଅଭିନବ ବ୍ରାଣ୍ଡ୍‌ ‘ଫୋର୍ସ ଆଇଏକ୍ସ’ର ପ୍ରଥମ ଫ୍ଲାଗ୍‌ଶିପ୍‌ ଷ୍ଟୋରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମୁମ୍ବାଇର ବାନ୍ଦ୍ରାଠାରେ ‘ଫୋର୍ସ ଆଇଏକ୍ସ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଚଳିତ ବର୍ଷ ଜାନୁୟାରୀରେ ଆଥଲେଜୁର ଓ୍ବେର୍‌ ଲେବଲର ସଫ୍ଟ ଲଞ୍ଚ ବଲିଉଡ୍‌ ତାରକା ଅକ୍ଷୟ କୁମାରଙ୍କ ଦ୍ୱାରା ‘ଫୋର୍ସ ଆଇଏକ୍ସ ଫ୍ଲାଗ୍‌ଶିପ୍‌ ବୁଟିକ୍‌’ ମୁମ୍ବାଇର ବାନ୍ଦ୍ରାଠାରେ ଶୁଭାରମ୍ଭ କରାଯାଇଥିଲା। ଯାହାକି ଲିଙ୍କିଙ୍କ୍‌ ରୋଡ୍‌ ବଷ୍ଟଲିଂ ଶପିଙ୍ଗ୍‌ ଡିଷ୍ଟ୍ରିକ୍‌ଠାରେ ଅବସ୍ଥିତ। ଅପରପକ୍ଷରେ ୧୮୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଷ୍ଟୋରରେ ଟି-ଶାର୍ଟ, ଶାର୍ଟ, ସୁଇଟ ଶାର୍ଟ, ହୁଡିଜି, ଜ୍ୟାକେଟ୍‌, ପୋଲୋ ଟି-ଶାର୍ଟ, ଡେନିମ୍‌, ଚାଇନ୍ସ, ଜଗର୍ସ, ସର୍ଟ ଏବଂ ନାଇଟ୍‌ ଓ୍ବେୟର ସମେତ କ୍ୟାପ୍‌ସ, ବେଲ୍ଟସ, ଟ୍ରାଭେଲ୍‌ ଆସେସୋରିଜ୍‌, ଜୋତା ଏବଂ ଘଣ୍ଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟାପକ ପରିସର ଉପଲବ୍ଧ।
ଏ ସମ୍ପର୍କରେ ଫୋର୍ସ ଆଇଏକ୍ସର ସହ-ପ୍ରତିଷ୍ଠାତା ଅକ୍ଷୟ କୁମାର କହିଛନ୍ତି, ଫୋର୍ସ ଆଇଏକ୍ସ ପଛରେ ସମ୍ପୂର୍ଣ୍ଣ ଧାରଣା ଥିଲା ଏକ ବ୍ରାଣ୍ଡ୍‌ ସୃଷ୍ଟି କରିବା। ହେଲେ ଯେତେବେଳେ ଆମେ ଏହି ବ୍ରାଣ୍ଡ୍‌ରେ କାମ କରିବା ଆରମ୍ଭ କଲୁ ଏବଂ ସେତେବେଳେ ମଧ୍ୟ ଆମେ ଜାଣି ନ ଥିଲୁ ଯେ ଏହା ଆମର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଯିବ। ଏପରିକି ମାସାଧିକ କାଳ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଫୋର୍ସ ଆଇଏକ୍ସର ପ୍ରଥମ ଫ୍ଲାଗ୍‌ଶିପ୍‌ ଷ୍ଟୋର୍‌ ଉଦ୍‌ଘାଟନକରି ଆମେ ବେଶ୍‌ ଉତ୍ସାହିତ ଅଛୁ।

Leave a Reply

Your email address will not be published. Required fields are marked *