ଗ୍ରାମରେ ଭାଲୁ ଆତଙ୍କ l

ଟ୍ରାଙ୍କୁଲାଇଜ ବେଳେ ଟ୍ରାଙ୍କୁଲାଇଜ ଡୋଜ ବାଯି ଫରେଷ୍ଟର ଗୁରତର। ଢ଼େଙ୍କାନାଳ ଜିଲ୍ଲା କଙ୍କ଼ାହାଡ଼ ବ୍ଲକର କେରେଜୁ ଳି ଗ୍ରାମ ଭିତରେ ଭାଲୁର ଆତଙ୍କ। ଆଜି ଦିନ ୯ ଟା ରୁ ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଆସି କେରଜୁଳି ଗ୍ରାମରେ ପଶି ଯାଇଥିଲା। ଗ୍ରାମବାସୀ ଦେଖି ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ ପହଞ୍ଚି ଭାଲୁକୁ ଘଉଡାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏବଂ ସଙ୍ଗେ ସଙ୍ଗେ କପିଳାଶ ରାପିଡ ରେସ୍କ୍ବୁ ଟିମ କୁ (RRT) ଡକାଇଥିଲେ। ଟିମ ପହଞ୍ଚି ଟ୍ରାଙ୍କୁଲାଇଜ କରିବା ପାଇଁ ପ୍ରଥମ ଟ୍ରାଙ୍କୁଲାଇଜ କରିଥିଲେ। ସେଥିରେ ଭାଲୁଟି ଅଚେତ ନହେବା ଫଳରେ ଦିତିୟ ଡୋଜ ଟ୍ରାଙ୍କୁଲାଇଜ କରିବାକୁ ଯାଉଥିବାବେଳେ ଭାଲୁଟି ଆକ୍ରମଣ କରିବାପାଇଁ ଗୋଡାଇ ଥିଲା। ଦୌଡା ଦୌଡିରେ ଭୁଲ ବସତଃ ଫରେଷ୍ଟରଙ୍କ ପିଚାରେ ଟ୍ରାଙ୍କୁଲାଇଜ ଡୋଜ ଲାଗିଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ଫରେଷ୍ଟର ଅଚେତ ହୋଇଗଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି। ଆହାତ ଫରେଷ୍ଟର ହେଲେ ବିରାଶାଳ ସେକ୍ସନର ଫରେଷ୍ଟର ଦିପକ ସାହୁୁ।

କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କେରଜୁଳି ଗ୍ରାମରେ ଘଟଣା। ଏପଟେ ଭାଲୁଟି ଗ୍ରାମରେ ରହି ଆତଙ୍କ ଖେଳାଉଥିବାବେଳେ ଭୟାଭିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ତୁରନ୍ତ ଭାଲୁକୁ ସ୍ଥାନାନ୍ତର ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *