ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ

-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଏ। ତେଣୁ ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ରାଜ୍ୟବାସୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି।

ରଥ ନିର୍ମାଣ ପାଇଁ ଅନୁକୂଳ ହେବାକୁ ଥିବା ତିନୋଟି ରଥ କାଠକୁ ସେ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରିଥିବା ବେଳେ ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାଙ୍କୁ ସ୍ଥାନ ଦେଇଛନ୍ତି। ଏହି ବାଳୁକା କଳା ୭ ଫୁଟ ଲମ୍ବ ବିଶିଷ୍ଟ ହୋଇଥିବାବେଳେ ରଥ ଅନୁକୁଳର ଶୁଭକାମନା ଜଣାଇଛନ୍ତି ସୁଦର୍ଶନ।

Leave a Reply

Your email address will not be published. Required fields are marked *