ବିଜୁ ଜନତା ଦଳର ୨୫ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।



୦୮.୦୮.୨୦୨୨
ପରଜଙ୍ଗ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କନ୍ଦରସିଂହା ସ୍ଥିତ ସରକାରୀ ଆଇଟିଆଇ, ପରଜଙ୍ଗ ମହାବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟ ବାରିହାପୁର ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ଡଃ ନୃସିଂହ ଚରଣ ସାହୁ ଯୋଗ ଦେଇଥିଲେ । ବିଧାୟକ ଅଭିଭାଷଣ ରେ କହିଥିଲେ କି ଦିନକୁଦିନ ଜଙ୍ଗଲ ନଷ୍ଟ ହେଇଛି, ବୃକ୍ଷ ହିଁ ଜୀବନ ଜଙ୍ଗଲ ନଷ୍ଟ ହେବାଦ୍ବାରା ପରିବେଶ ଉପରେ ପ୍ରଭାବ ପଡିଛି ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଏହାର ନିରାକରଣ ନିମନ୍ତେ ଚାରା ରୋପଣ କରି ବନୀକରଣ ସୃଷ୍ଟି କଲେ ଆଗାମୀ ଦିନରେ ସୁସ୍ଥ, ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିବ । ଏଥିରେ ବିଭିନ୍ନ ପ୍ରକାରର ଚାରା ରୋପଣ ହୋଇଥିଲା । ଉପସ୍ଥିତିରେ ବିଜେଡିର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ବ୍ଲକ ବିଜୁ ଯୁବ ସଭାପତି ସୁବ୍ରତ ଦାସ ପ୍ରମୁଖ ଯୋଗ ଦାନ ଦେଇଥିଲେ । କାର୍ଯ୍ୟକ୍ରମରେ ଯୁବ, ଛାତ୍ର ମହିଳା ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।ତାସହିତ ପରଜଙ୍ଗ ବରିହାପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ନୃସିଂହ ଚରଣ ସାହୁ ପାଠ ପଢାବା ସହ ପ୍ରଶ୍ନ ପଚାରିଥିଲେ ଏବଂ ଛାତ୍ର ଛାତ୍ରୀ ଉତ୍ତର ଦେଇଥିଲେ ।

ପ୍ରକାଶ କୁମାର ପାତ୍ର
କାମାକ୍ଷାନଗର, ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *