ପଦ୍ମଶ୍ରୀ ଡ଼ା. ଅଶୋକ କୁମାର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି।
ପଦ୍ମଶ୍ରୀ ଡ଼ା. ଅଶୋକ କୁମାର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି।ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀ ଶଂକର୍ଷଣ ମଂଗରାଜଙ୍କ ସଭାପତିତ୍ଵରେ ବଡ଼ ଓଡ଼ିଆ ମଠ, ପୁରୀ ଠାରେ ସ୍ୱର୍ଗତ ପଦ୍ମଶ୍ରୀ ଡ଼ା. ଅଶୋକ କୁମାର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମହାନ୍ ଆତ୍ମାଙ୍କର ସଦଗତି ପାଇଁ ନିରବ ପ୍ରାର୍ଥନା ଓ ସୃତିଚାରଣ କରାଯିବା ସହ ତାଙ୍କ ଫଟୋଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭାପତି ଶ୍ରୀମଂଗରାଜ ଡ଼ା. ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଲେଖିଥିବା କବିତା ପାଠ କରିଥିଲେ । ଉପଦେଷ୍ଟା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଡ଼ା. ମହାଶୟଙ୍କ ସେବା ପରାୟଣତା ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କର ଭକ୍ତି ବିଷୟରେ କହିଥିଲେ । ଏଥିରେ ଡ଼ା. ମହାପାତ୍ରଙ୍କୁ ସହ ଦୀର୍ଘ ଦିନ ଧରି ସମାଜ ସେବା କାର୍ଯ୍ୟରେ ଜଡିତ ଥିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ଇଣ୍ଡିଆର ସଭାପତି ଡ. ନାରାୟଣ ମହାପାତ୍ର ଯୋଗ ଦେଇ ତାଙ୍କର କରୋନା ସମୟର କାର୍ଯ୍ୟାବଳୀ ଓ ସଭା ସମିତିରେ ତାଙ୍କର ପ୍ରେରଣ ପ୍ରଦ କଥାକୁ ମନେପକାଇ ଥିଲେ । ଭକ୍ତ ସମାଜର ସଂପାଦକ ଡ. ଶଶିକାନ୍ତ ରଥ ଦିବଂଗତ ଆତ୍ମାଙ୍କର ଜୀବନୀ ପଠନ କରିଥିଲେ । ଉପସଭାପତି ଡ. ପ୍ରଦୀପ ଚ଼ନ୍ଦ୍ର ଆଚାର୍ଯ୍ୟ, ଶ୍ରୀ ବିଜୟ ମୋହନ ପଣ୍ଡା ଡ. ସ୍ନେହଲତା ରଥ, ଓମ୍ ପ୍ରଧାନ, ଅପର୍ଣ୍ଣା ରଥ l
