ସତ୍ୟ
ସତ୍ୟ
ଦିନ ସତ୍ୟ ରାତ୍ର ସତ୍ୟ
ସତ୍ୟ ଜନ୍ମ ମୃତ୍ୟୁ
ସୂର୍ଯ୍ୟ ସତ୍ୟ ଚନ୍ଦ୍ର ସତ୍ଯ
ସତ୍ୟ ଶନି କେତୁ।
ପିତା ସତ୍ୟ ମାତା ସତ୍ୟ
ସତ୍ୟ ଧରା ପୃଷ୍ଠ
ନୀର ସତ୍ୟ କ୍ଷୀର ସତ୍ୟ
ସମ୍ପର୍କ ଘନିଷ୍ଠ।
ବର୍ଷା ସତ୍ୟ ଗ୍ରୀଷ୍ମ ସତ୍ୟ
ସତ୍ୟ ମହାକାଶ
ଧରଣୀ ପୃଷ୍ଠରେ ସବୁ
ଲଭନ୍ତି ଅବଶ୍ଯ।
ପ୍ରେମ ସତ୍ୟ ତ୍ୟାଗ ସତ୍ୟ
ସତ୍ୟ ଏ ଶରୀର
ମରିଗଲା ପରେ ଏହା
ଲଭେ ବିଭୁ କର।
ତଥାପି ସତ୍ୟ କୁ କେହି
ନକରିବ ହେଳା
ହେଳା କଲେ ବୁଡ଼ିଯିବ
ନିଜର ଯେ ଭେଳା
ଅଦାଲତେ ଚାଲୁଅଛି
ସତ୍ୟ ର ଶପଥ
ତଥାପି ହେ ବନ୍ଧୁଗଣ
ଏହା ଅବକାଶ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା,୭୫୯୦୧୬
