୧୦୮ ଆମ୍ବୁଲାନସ ଗାଡିଧକ୍କା ରେ ଥାନା ଗାଡି ଚୁରମାର
ଉଦଳା ବଜାର ମଧ୍ୟ ସ୍ଥଳୀରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଗତକାଲି ଉଦଳା ଥାନା ଗାଡିକୁ ଏକା ୧୦୮ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣା ସ୍ଥଳରେ ହୋମ ଗାର୍ଡ ଲଷ୍ମୀଧର ମହାନ୍ତ (୫୮) ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଆଇ ଆଇ ସି ବନମାଳୀ ବାରିକ , ଗାଡି ଚାଲାକ ସଦାନନ୍ଦ ସିଂ ଗୁରୁତର ଆହତ ହୋଇଛନ୍ତି, ତେବେ ସେମାନଙ୍କ ତୁରନ୍ତ ଚିକତ୍ସା ଆବଶ୍ୟକ ହେବାରୁ ସେମାଙ୍କୁ କଟକ ବଡ ଡାକ୍ତର ଖାନା କୁ ସ୍ଥାନାନ୍ତର କର ଯାଇଛି, ଅପର ପକ୍ଷରେ ଆମ୍ବୁଲାନ୍ସ ରେ ଥିବା ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡା ଓ ସହାୟକ ହେମନ୍ତ ନାୟକ ଗୁରୁତର ଥିବାରୁ ଉଭୟଙ୍କୁ ମଧ୍ୟ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କୁ ପଠାଯାଇଅଛି, ଦୁର୍ଘଟଣା ର ସଠିକ କାରଣ ବର୍ତମାନସୁଦ୍ଧା ଜଣାପଡ଼ିନାହଁ, ତେବେ ମୃତ ଲଷ୍ମୀଧର ମହନ୍ତ, ହୋମେ ଗାର୍ଡ ଙ୍କୁ ପୋଲିସ ବାହିନୀ ତରଫରୁ ଗାର୍ଡ ଅଫ ହନର ପ୍ରଦାନ କରାଯାଇଛି, ଏହା ବ୍ୟତିରେକ ବିଭାଗୀୟ ବ୍ୟବସ୍ଥା ଅନୁଯାଇ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ପ୍ରତିଶୃତି ମିଳିଛି,
