ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ।

ଭୁବନେଶ୍ୱର, ୦୬ ମେ ୨୦୨୬: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ସେବା।ଟ୍ରେନ ନମ୍ବର ୧୮୫୦୯ (ବିଶାଖାପାଟଣା-ଏସଏମଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ): ଆସନ୍ତା ୧୦ ମଇ ୨୦୨୬ ଠାରୁ ପ୍ରତି ରବିବାର ଅପରାହ୍ନ ୧୫:୨୦ ମିନିଟ୍‌ରେ ବିଶାଖାପାଟଣାରୁ ଛାଡ଼ି ପରଦିନ ଅର୍ଥାତ ସୋମବାର ଅପରାହ୍ନ ୧୩:୫୦ ମିନିଟ୍‌ରେ ଏସଏମଭିଟି ବେଙ୍ଗାଲୁରୁରେ ପହଞ୍ଚିବ।ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୫୧୦ (ଏସଏମଭିଟି ବେଙ୍ଗାଲୁରୁ-ବିଶାଖାପାଟଣା ଏକ୍ସପ୍ରେସ) ଟ୍ରେନଟି ୧୧ ମଇ ୨୦୨୬ ଠାରୁ ପ୍ରତି ସୋମବାର ଅପରାହ୍ନ ୧୫:୫୦ ମିନିଟ୍‌ରେ ଏସଏମଭିଟି ବେଙ୍ଗାଲୁରୁରୁ ଛାଡ଼ି ମଙ୍ଗଳବାର ଅପରାହ୍ନ ୧୩:୩୦ ମିନିଟ୍‌ରେ ବିଶାଖାପାଟଣାରେ ପହଞ୍ଚିବ।ରହଣି ସ୍ଥାନ :ଯାତ୍ରା ସମୟରେ ଏହି ଟ୍ରେନଟି ଦୁଭାଡ଼ା, ବିଜୟୱାଡ଼ା, ନେଲୋର, ରେଣିଗୁଣ୍ଟା ଏବଂ ଜୋଲାରପେଟ୍ଟାଇ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ, ଯାହା ଫଳରେ ପ୍ରମୁଖ ଅଞ୍ଚଳଗୁଡ଼ିକ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇବ।କୋଚ୍ ସଂରଚନା :ଏସି ୨-ଟାୟାର (AC 2-Tier) – ୦୧ କୋଚ୍‌ଏସି ୩-ଟାୟାର (AC 3-Tier) – ୦୧ କୋଚ୍‌ଏସି ୩-ଟାୟାର ଇକୋନୋମି (AC 3-Tier Economy) – ୦୪ କୋଚ୍‌ସ୍ଲିପର କ୍ଲାସ୍ (Sleeper Class) – ୦୬ କୋଚ୍‌ଜେନେରାଲ ସେକେଣ୍ଡ କ୍ଲାସ୍ (General Second Class) – ୦୪ କୋଚ୍‌ଲଗେଜ୍-ସହ-ଜେନେରେଟର-ସହ-ବ୍ରେକ୍ ଭ୍ୟାନ୍ (ଦିବ୍ୟାଙ୍ଗ ଅନୁକୂଳ): ୦୨ କୋଚ୍ଏହି ସେବା ଦ୍ୱାରା ଯାତ୍ରା ସୁବିଧା ବୃଦ୍ଧି ପାଇବା ସହ ଗ୍ରୀଷ୍ମ ଋତୁର ଏହି ବ୍ୟସ୍ତବହୁଳ ସମୟରେ ଯାତ୍ରୀମାନଙ୍କୁ ବହୁ ପ୍ରତିକ୍ଷିତ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରିବା ପୂର୍ବରୁ ଆଇ. ଆର୍. ସି. ଟି. ସି. ୱେବସାଇଟ୍, ଏନଟିଇଏସ (NTES) ଏବଂ ରେଳବାଇର ଅଧିକାରିକ ସୂଚନା ପ୍ରଣାଳୀ ମାଧ୍ୟମରେ ଟ୍ରେନର ସଦ୍ୟତମ ସମୟ ଏବଂ ଉପଲବ୍ଧତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *