ଜଗତସିଂହପୁର ଜିଲ୍ଲାରେ ସମସ୍ତ ମେଡ଼ିସିନ ଷ୍ଟୋର ବନ୍ଦ
Date-20/05/26ସlରl ଦେଶରେ ମେଡିସିନ ଷ୍ଟୋର ବନ୍ଦ ରହିଛି । ସେହିପରି ରାଜ୍ୟ ଓ ଜିଲ୍ଲାର ମଧ୍ୟ ମେଡ଼ିସିନ ଷ୍ଟୋର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲାରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ମେଡ଼ିସିନ ଷ୍ଟୋର ବନ୍ଦ ରହିଛି । ଉତ୍କଳ କେମିଷ୍ଟି ଓ ଡ୍ରଗିଷ୍ଟ ଆସୋସିଏସନ ଡ଼ାକରାରେ ଏହି ବନ୍ଦ ପାଳନ କରାଯାଇଛି । ଅନ୍ ଲାଇନ ଔଷଧ ବିକ୍ରୟ କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ଔଷଧ ବ୍ୟବସାୟୀ ମାନେ କ୍ଷତି ସହୁ ଛନ୍ତି । ତେବେ କେନ୍ଦ୍ର ସରକାର କୋଭିଡ ସମୟରେ ଏହି ଅନ ଲାଇନ ବ୍ୟବସାୟ ଆରମ୍ଭ କରି ଥିବା ବେଳେ ସେହି ନୀୟମ କୁ ବନ୍ଦ କରିବା ସହିତ ସଙ୍ଘ ଦାବି କରି ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
