କୁରୁଜଙ୍ଗ ପଞ୍ଚାୟତ କଂଗ୍ରେସ କର୍ମୀ ବୈଠକ
କାକଟପୁର,୨୨.୦୫- କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ବାଲିଦୋକାନ ଠାରେ ବୁଧବାର ସନ୍ଧ୍ୟାରେ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାପତି ଗୋପୀନାଥ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସାଙ୍ଗଠନିକ କର୍ମୀ ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ, ୮ନମ୍ବର୍ ଜୋନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀନାରାୟଣ ଜେନା, ବ୍ଳକ୍ ସଭାପତି ଅବଧୂତ ସ୍ବାଇଁ, ବିଚିତ୍ରାନନ୍ଦ ଦାଶ, ବଂଶୀଧର ମହାନ୍ତି, ହୃଷୀକେଶ ବେହେରା, ତପନ କାଣ୍ଡି, ସୌମ୍ୟକାନ୍ତ ଖୁଣ୍ଟିଆ, ଲିଆକତ ଅଲ୍ଲୀ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ବ୍ଳକ୍ ସ୍ତରୀୟ କର୍ମୀ ମାନେ ଯୋଗଦେଇ ସଂଗଠନ ସୁଦୃଢ଼ କରିବା, ଏକତା ବଜାୟ ରଖିବା, କଂଗ୍ରେସର ଗ୍ୟାରେଣ୍ଟି କୁ ଘରେ ଘରେ ପହଞ୍ଚାଇବା ସହ ବିଧାୟକ ପ୍ରାର୍ଥୀ ବିଶ୍ୱ ଦାସ ଓ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ସେଠୀଙ୍କୁ ଜିତାଇବା ପାଇଁ ଉଦ୍ୟମ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ କଂଗ୍ରେସ କର୍ମୀ ଜଗବନ୍ଧୁ ବିଶ୍ବାଳ, ଯୁବନେତା ପବିତ୍ର ବିଶ୍ୱାଳ, ଦାଶରଥି ବିଶ୍ବାଳ, କାଳନ୍ଦି ପାତ୍ର, ଅକ୍ଷୟ ବିଶ୍ବାଳ, ଶୁକ ବିଶ୍ବାଳ, ଗଦା ବିଶ୍ବାଳ, ବୁଢ଼ା ବିଶ୍ବାଳ ଓ ବବୁଆ ମହାରଣାଙ୍କ ସମେତ ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ।
