ସିମିଳିରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଓ ମହାମିଶ୍ରଣ ପର୍ବ
* କୋଣାର୍କ,୨୨.୦୫(କୋଣାର୍କ ନିକଟସ୍ଥ ସିମିଳି ଗ୍ରାମପଞ୍ଚାୟତରେ ବୁଧବାର ସନ୍ଧ୍ୟାରେ କାକଟପୁର ନିର୍ବାଚନ ମଣ୍ଡଳୀ ଭାଜପାର ବିଜୟ ସଂକଳ୍ପ ସମାବେଶ ଓ ମହାମିଶ୍ରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡକ୍ଟର ଜତିନ କୁମାର ମହାନ୍ତି, ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଦିବାକର ଛାଟୋଇ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୁରୀ ଜିଲ୍ଲା ବିଜେପି ଉପସଭାପତି ରତିକାନ୍ତ ବେହେରା, ନୟାହାଟ ମଣ୍ଡଳ ସଭାପତି ଦୀନବନ୍ଧୁ ମହାନ୍ତି, ସିମିଳି ବିଜେପି ପ୍ରମୁଖ ବିଜୟ କୁମାର ଦାଶ, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ରାଜଲକ୍ଷ୍ମୀ ଦାଶ ପ୍ରମୁଖ ଯୋଗଦେଇ ଯଶ୍ୱସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ସାରା ରାଜ୍ୟରେ ବହୁଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନର ଅନ୍ତ କରି ଏକ ବିକଶିତ ପରିବର୍ତ୍ତନଶୀଳ କାକଟପୁର ଗଠନ ଦିଗରେ ବ୍ରତୀ ହୋଇ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପିର ପ୍ରାର୍ଥୀ ଡଃ ବିଭୂ ପ୍ରସାଦ ତରାଇଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ନେତାମାନେ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଜାତୀୟ କଂଗ୍ରେସ ଦଳ ଓ ଶାସକ ବିଜେଡ଼ି ଦଳଖକୁ ବଡ ଝଟକା ଲାଗିଥିବା ଦେଖିବାକୁ ମିଳିଛି। ସିମିଳି ଗ୍ରାମପଞ୍ଚାୟତର ଯୁବ ଓ ଦକ୍ଷ ସରପଞ୍ଚ ବିଶ୍ବଜିତ ସ୍ବାଇଁଙ୍କ ନେତୃତ୍ବରେ ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ଶତାଧିକ କଂଗ୍ରେସ କର୍ମୀ ଓ ନେତା ବିଜେପିରେ ସାମିଲ ହୋଇ ଗେରୁଆ ଟୋପି ପିନ୍ଧିଥିଲେ। ସେହିପରି ବନାଖଣ୍ଡି ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ପୁନର୍ବାର ପଦ୍ମ ଦଳକୁ ଫେରିଛନ୍ତି। ଛନ୍ଦି ବିଛନ୍ଦି ଭିତରେ ସେ ବିଧାୟକ ଓ ବିଜେଡ଼ି ଉପରେ ଭରସା କରି ବିଜେଡ଼ିକୁ ଯାଇଥିଲେ। ହେଲେ ସେ ଦେଢ଼ ବର୍ଷ ଅଣନିସ୍ୱାସି ହୋଈ ଫେରିଛନ୍ତି। ଏବଂ ବିଜେଡ଼ିକୁ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି। ତାଙ୍କ ସହ ୫ରୁ ଉର୍ଦ୍ଧ୍ବ ଓ୍ବାର୍ଡ ମେମ୍ବର ଓ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
