ନିମାପଡା ସ୍ୱାଧୀନ ପ୍ରାର୍ଥୀ ଙ୍କ ପ୍ରଚାର
ଆସନ୍ତା ନିର୍ବାଚନକୁ ନେଇ ନିମାପଡା ରାଜନୀତି ବେଶ ସରଗରମ ବିଜେଡି ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର. ତେବେ ଏହି ପ୍ରଚାର ମଇଦାନରେ ସ୍ୱାଧୀନ ପ୍ରାର୍ଥୀ ମାନେ ମଧ୍ୟ ପଛରେ ନାହାନ୍ତି. .ତେବେ ଏଥର ନିମାପଡାର ରାଜନୀତିରେ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ରୋଜାଲିନୀ ନାୟକ ଯିଏ କି ନନ୍ଦିଘୋଷ ଫାଉଣ୍ଡେସନ ପ୍ରତିଷ୍ଠା କରି ସମାଜ ସେବା ରେ ନିଜକୁ ନିୟୋଜିତ କରିଥିଲେ.ସେ ଏଥର ନିମାପଡାର ରାଜନୀତିରେ ନୁଆ ଚେହେରା ଭାବରେ ସ୍ୱାଧୀନ ପ୍ରାର୍ଥୀରେ ଠିଆ ହୋଇଛନ୍ତି. ନିମାପଡାର ସର୍ବାଙ୍ଗୀନ ଉନ୍ନତି ଏବଂ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାକୁ ମୁଦା ରଖି ଭୋଟର ମାନଙ୍କୁ ଯାଉଛନ୍ତି. ଘରକୁ ଘରକୁ ବୁଲି ଭୋଟରଙ୍କ ଆଶ୍ରିବାଦ ଭିକ୍ଷା କରୁଛନ୍ତି.
