ବିପୁଳ ପରିମାଣର ଦେଶୀ ମଦ ଓ ଗୁଡ଼ ପୋଚ ସହିତ ବାଇକ ଜବତ, ୦୪ ଗିରଫ
ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଧୁଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ଅଞ୍ଚଳରେ ଥିବା କପାଳି ନଦୀକୂଳରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ କରାଯାଇ ୧୦୦୦ ଲିଟର ଗୁଡ଼ ପୋଚ, ୧୦୦ ଦେଶୀ ରନ୍ଧା ମଦ ଓ ବିପୁଳ ପରିମାଣର ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ଏଥିରେ ସଂପୃକ୍ତ ଧୁଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ରଞ୍ଜନ ମଳିକ, ଶଙ୍କର୍ଷଣ ମଳିକ ଓ ଅନାଦି ଚରଣ ମଳିକଙ୍କୁ ଗିରଫ କରାଯାଇଛି । ସେହିପରି ଧୁଷୁରୀ ଥାନା ଅନ୍ତର୍ଗତ ଉଚ୍ଚପଦା ଛକ ନିକଟରେ ଚଢାଉ କରାଯାଇ ଗୋଟିଏ ହିରୋ ଗ୍ଲେମର ମୋଟର ସାଇକେଲରୁ (ଓଡି-୨୨ଆର-୮୧୮୩) ୬୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଧୁଷୁରୀ ଥାନା ଅନ୍ତର୍ଗତ କାକୁଡ଼ିଗଡ଼ିଆ ଗ୍ରାମର ରୋହିତ କୁମାର ମଳିକଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢାଉରେ ମୋଟ ୧୬୦ ଲିଟର ଦେଶୀ ରନ୍ଧା ମଦ,୧୦୦୦ ଲିଟର ଗୁଡ଼ ପୋଚ ଏବଂ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ମୋଟ ୦୪ ଜଣଙ୍କୁ ଗିରଫ କରାଯାଇଛି ।ଜବତ ହୋଇଥିବା ଦେଶୀ ରନ୍ଧା ମଦ, ଗୁଡ଼ ପୋଚ, ମଦ ତିଆରି ସରଞ୍ଜାମ ଏବଂ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ପୁରୁଷୋତ୍ତମ ମଲ୍ଲିକ ଓ ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ସନ୍ଧ୍ୟାରାଣୀ ସେନାପତି, ଜେନାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
