ପୁରୀରେ ଆଇପିଏଲ ବେଟିଂ ରାକେଟ

ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଧାଫାଶ କରିଛି ପୁରୀ ପୋଲିସ। ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ଙ୍କ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୨୫.୩୫ ଲକ୍ଷ ଟଙ୍କା ଜବତ ହୋଇଛି। ଏଥିସହ ୧୦ ଟି ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୩୧ ଲକ୍ଷରୁ ଅଧିକ ଟଙ୍କାକୁ ପୋଲିସ ଫ୍ରିଜ କରିଥିବା ବେଳେ ୬ ଟି ମୋବାଇଲ ଫୋନ୍ ଜବତ କରିଛି। ସ୍କ୍କାଏ ଏକ୍ସଚେଞ୍ଜ ଆପ ମାଧ୍ୟମରେ ଚାଲିଥିଲା ଏହି ରାକେଟ। ଗିରଫ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ବି ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁ। ଆପ୍ ମାଧ୍ୟମରେ ଲୋକ ମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ଏହି ପଏଣ୍ଟ ଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା। ଏହି ନେଟୱାର୍କରେ ସ୍ଥାନୀୟ ଅର୍ଗାନାଇଜର ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଏହି ଅର୍ଗାନାଇଜର ଲୋକଙ୍କୁ ନେଟୱାର୍କରେ ସାମିଲ କରିବା ପାଇଁ ମାସିକ ୨୨,୦୦୦ ଦିଆଯାଉଥିଲା। ଏହି ଘଟଣା ସମ୍ପର୍କରେ ପୁରୀ ସାଇବର କ୍ରାଇମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ରାକେଟର ସଦସ୍ୟ ମାନେ whatsapp ମାଧ୍ୟମରେ ଜଣଙ୍କୁ ବସ ବୋଲି ସମ୍ବିଧାନ କରି ଏହି କାରବାର କରୁଥିଲେ। ଏହି ବସଙ୍କ ନିକଟରେ ପହଞ୍ଚିବା ପାଇଁ ପୁରୀ ପୋଲିସ ଉଦ୍ୟମ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *