ପୂଜାସ୍ବାଇଁ ହତ୍ୟା ଘଟଣାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ।

ହିଞ୍ଜିଳିକାଟୁ ୮/୦୫/୨୬:-ପୂଜା ସ୍ବାଇଁ ଧାରଣାରେ ବସିଥିବା ସମୟରେ କୁନିଛୁଆ ସମ୍ମୁଖରେ ଘଟିଥିବା ଘଟଣା ଉପରେ ହିଞ୍ଜିଳି କଂଗ୍ରେସର ମଇ ୭ତାରିଖ ଗୁରୁବାର ଦିନ ପୁର୍ତ୍ତବିଭାଗ ବଙ୍ଗଳାଠାରେ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟିର ଉପସଭାପତି ସୁନାରାମ ସାବତଙ୍କ ନେତୃତ୍ବରେ ପଶ୍ଚିମ କଂଗ୍ରେସ ସଭାପତି ଦଣ୍ଡପାଣି ପାତ୍ରଙ୍କ ସଭାପତିତ୍ବରେ ପ୍ରଦେଶ ମହିଳା କଂଗ୍ରେସ ପ୍ରତିନିଧିଦଳ ହିଞ୍ଜିଳିରେ ପହଞ୍ଚିଥିଲେ । ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସଭାପତି , ଉପସଭାପତି , ମିଡିଆ ସେଲ ଅଧ୍ୟକ୍ଷ , ସମ୍ପାଦିକା ସହିତ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ବହୁ ବରିଷ୍ଠ କଂଗ୍ରେସ ନେତା ଓ ମହିଳା ନେତ୍ରୀ ଏବଂ ବହୁ କଂଗ୍ରେସ କର୍ମୀଙ୍କ ଗହଣରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଦାସଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ ମହିଳା କଂଗ୍ରେସର ପ୍ରତିନିଧିମଣ୍ଡଳ ଆଜି ଖରିଡା ଗ୍ରାମର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ମିଶିଥିଲେ ।ମିଳିଥିବା ଗ୍ରାମବାସୀଙ୍କ ସୁଚନା ଆଧାରରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବା ସହ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଭୁବନେଶ୍ୱର ଫେରିଥିବା ଜଣାପଡିଛି । ମହିଳା କଂଗ୍ରେସ ତରଫରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତି ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଏପରିକି ରାଜ୍ୟରେ ତାଙ୍କୁ ନ୍ୟାୟ ଦେବା ନେଇ ଏବଂ ମହିଳା ଅସୁରକ୍ଷିତରେ ପ୍ରସଙ୍ଗରେ ପ୍ରତିବାଦରସ୍ବର ଜାତୀୟ ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ କରାଯିବ । ଏପରିକି ହୃଦୟ ବିଦାରକ ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ଓଡ଼ିଶାବାସୀଙ୍କୁ ବିଚଳିତ କରିଦେଇଛି କହିଛନ୍ତି । ଆହୁରି କହିଛନ୍ତି ଏହି ନାରକୀୟ କାଣ୍ଡ ବାରମ୍ବାର ଘଟୁଥିଲେ ବି ପୋଲିସ ପ୍ରଶାସନ, ଆଇନର ବ୍ୟବସ୍ଥା କ’ଣ କରୁଛି ମହିଳା କଂଗ୍ରେସ ପ୍ରତିନିଧିଦଳର ପ୍ରଶ୍ନ ରହିଛି ।ଏପରିକି ଅପରାଧୀଙ୍କ ଆଗରେ ଓଡ଼ିଶାର ଶାସନ ବ୍ୟବସ୍ଥା କାହିଁକି ଏତେ ଅସହାୟ ହୋଇପଡୁଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ସଭାପତି ମିନାକ୍ଷୀ ବାହିନୀପତି , ରାଜ୍ୟ ଉପସଭାପତି ଜୟଶ୍ରୀ ପଟ୍ଟନାୟକ ,ମିଡିଆ ସେଲ ରାଜ୍ୟ ଅଧ୍ୟକ୍ଷ ଜୟସ୍ମିତା ମହାନ୍ତି ,ରାଜ୍ୟ ସମ୍ପାଦିକା ସୁଦିପ୍ତା ଦାଶ ,ବରିଷ୍ଠ କଂଗ୍ରେସ ନେତ୍ରୀ ସୁବାଶିନୀ ପଟ୍ଟନାୟକ ପଶ୍ଚିମ ଜିଲ୍ଲା କଂଗ୍ରେସ ଉପସଭାପତି ସୁନାରାମ ସାବତ ଓ ସଭାପତି ଦଣ୍ଡପାଣୀ ପାତ୍ର , ସମ୍ପାଦକ ବିକ୍ରମ ପଣ୍ଡା ,ବରିଷ୍ଠ କଂଗ୍ରେସ ନେତା ପଦ୍ମ ଚରଣ ସାହୁ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପ୍ରକାଶଥାଉକି ଗତ ମଙ୍ଗଳବାର ଦିନ ଗର୍ଭବତୀ ପୂଜା ସ୍ବାଇଁଙ୍କୁ ନିର୍ମମ୍ମ ଭାବରେ ତାର ଛୁଆ ସମ୍ମୁଖରେ ହତ୍ଯା ହୋଇଥିଲା । ସେ ନିଜର ସାମାଜିକ ନ୍ୟାୟ ଓ ପରିବାର ବାସନ୍ଦ ମଧ୍ୟରେ ଶାରୀରିକ ଝଗଡ଼ାର ଶୀକାରରେ ସଂଗ୍ରାମ କରୁଥିଲେ । ନ୍ୟାୟ ପାଇବା ପାଇଁ ଘର ସମ୍ମୁଖରେ ଧାରଣା ଦେଇଥିଲେ ଓ ସ୍ବଷ୍ଟ ଦିବାଲୋକରେ ତାଙ୍କର ହତ୍ଯା ହୋଇଥିଲା ।

Leave a Reply

Your email address will not be published. Required fields are marked *