ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ତଦାରଖ କଲେ ପର୍ଯ୍ୟବେକ୍ଷକପୁରୀ
୨୨/୫ ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ତଦାରଖ କରିଛନ୍ତି ଖର୍ଚ୍ଚ ପର୍ଯ୍ଯବେକ୍ଷକ ମଦନପାଲ ସିଂ।ଆଜି ପୂର୍ବାହ୍ନରେ ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ତଦାରଖ ବ୍ରହ୍ମଗିରି ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଖର୍ଚ୍ଚ ପର୍ଯ୍ଯବେକ୍ଷକ ଶ୍ରୀ ସିଂ ସମସ୍ତ ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ର ସମୀକ୍ଷା ପ୍ରାର୍ଥୀ ମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ କରାଇଥିଲେ।ସେହିପରି ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ତଦାରଖ ସର୍କିଟ ହାଉସ ଠାରେ ଓ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ସମୀକ୍ଷା ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏହି ସମୀକ୍ଷା ରେ ସମସ୍ତ ପ୍ରାର୍ଥୀ ମାନଙ୍କ ପ୍ରତିନିଧି, ସହକାରୀ ଖର୍ଚ୍ଚ ତଦାରଖ ଅଧିକାରୀ, ପର୍ଯ୍ଯବେକ୍ଷକ ଙ୍କ ଲିଆସନିଙ୍ଗ ଅଫିସର ଦିପ୍ତୀରଞ୍ଜନ ପ୍ରଧାନ, ଆକାଉଣ୍ଟିଂ ଟିମ ପ୍ରମୁଖ ଯୋଗ ଦେଇଥିଲେ।
