ଆନ୍ତର୍ଜାତିୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳନ
Date-26/06/26*ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ର୍ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଆନ୍ତର୍ଜାତିୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ଅବକାରୀ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ “ବିଶ୍ୱ ନିଶା ସମସ୍ୟାର୍ ସ୍ଥାୟୀ ସମସ୍ୟା, ନୂତନ ଚ୍ୟାଲେଞ୍ଜ ଅଭିନବ ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିବା ବେଳେ ନିଜେ ସଚେତନ ରହିଲେ ସମାଜ ସଚେତନ ହୋଇ ପାରିବା ସହିତ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଅତିଥିମାନେ କହିଛନ୍ତି ।
