ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି
ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି l ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି। ୦୬ ମେ’ ୨୦୨୬ ରେ, ମହାସଚିବ ରାଷ୍ଟ୍ରପତି ଟୋ ଲାମ୍ ଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ସେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ରାଜଘାଟ ଯାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମହାସଚିବ ରାଷ୍ଟ୍ରପତି ଟୋ ଲାମ୍ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଦୁଇ ନେତା ଦ୍ୱିପାକ୍ଷିକ ଦସ୍ତାବିଜ ଆଦାନପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପରିଦର୍ଶକଙ୍କ ସମ୍ମାନରେ ଏକ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ମହାସଚିବ ରାଷ୍ଟ୍ରପତି ଟୋ ଲାମ୍ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିଥିଲେ। ଶ୍ରୀମତୀ ମୁର୍ମୁ ଶ୍ରୀ ଟୋ ଲାମ୍ ଙ୍କ ଉଦ୍ଦେଶ୍ୟରେ ଏକ ରାତ୍ରିଭୋଜନ ମଧ୍ୟ ଆୟୋଜନ କରିଥିଲେ। ମହାସଚିବ, ରାଷ୍ଟ୍ରପତି ଟୋ ଲାମ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ୱାର୍ଲ୍ଡ ଆଫେୟାର୍ସରେ ନୀତିଗତ ଭାଷଣ ଦେଇଥିଲେ ଏବଂ ଭିଏତନାମ – ଭାରତ ନବସୃଜନ ଫୋରମକୁ ସମ୍ବୋଧିତ କରିଥିଲେ। ମହାସଚିବ, ରାଷ୍ଟ୍ରପତି ଟୋ ଲାମ୍ ରାଜ୍ୟ ସରକାର ଏବଂ ବ୍ୟବସାୟ ସହିତ ପାରସ୍ପରିକ କ୍ରିୟା ଏବଂ ଆଦାନପ୍ରଦାନ ଏବଂ ଭିଏତନାମ – ଭାରତ ବ୍ୟବସାୟ ଫୋରମରେ ଉଦବୋଧନ ଦେବା ପାଇଁ ମୁମ୍ବାଇ ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ରାଜନୈତିକ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମହାସଚିବ, ରାଷ୍ଟ୍ରପତି ଟୋ ଲାମ୍ ଏକ ଉଷ୍ମ ଏବଂ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ବ୍ୟାପକ ଆଲୋଚନା କରିଥିଲେ। ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ କ୍ଷେତ୍ର ଉପରେ ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭିଏତନାମର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ମହାସଚିବ ଟୋ ଲାମ୍ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ନେତୃତ୍ୱରେ ଭିଏତନାମ ଏହାର ବିକାଶ ଆକାଂକ୍ଷା ଦିଗରେ ସ୍ଥିର ପ୍ରଗତି ଜାରି ରଖିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ। ମହାସଚିବ, ରାଷ୍ଟ୍ରପତି ଟୋ ଲାମ୍ ଜାତୀୟ ବିକାଶ, ଉଚ୍ଚ ଆର୍ଥିକ ଅଭିବୃଦ୍ଧି ଏବଂ ବହୁପାକ୍ଷିକତାକୁ ସୁଦୃଢ଼ କରିବା ଏବଂ ବିଶ୍ୱ ଦକ୍ଷିଣ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ନେତାମାନେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ – ଭିଏତନାମ ସମ୍ପର୍କକୁ ଆହୁରି ଗଭୀର କରିବା ଦ୍ୱାରା ଉଭୟ ଦେଶର ଲୋକଙ୍କୁ ପାରସ୍ପରିକ ଲାଭ ମିଳିବ। ଏହା ସେମାନଙ୍କ ଜାତୀୟ ଲକ୍ଷ୍ୟ, ଯଥା ଭାରତର ବିକଶିତ ଭାରତ ୨୦୪୭ ଏବଂ ଭିଏତନାମ ଭିଜନ ୨୦୪୫ ହାସଲ କରିବାରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବ। ବୈଶ୍ୱିକ ଏବଂ ଆଞ୍ଚଳିକ ଦୃଶ୍ୟପଟରେ ଆଖିଦୃଶିଆ ପରିବର୍ତ୍ତନ ଉପରେ ସାଧାରଣ ଆଲୋଚନା ସହିତ ଦୁଇ ନେତା ପାରସ୍ପରିକ ବିଶ୍ୱାସ, ସମ୍ମାନ, ବୁଝାମଣା, ସମାନ ଦୃଷ୍ଟିକୋଣ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ସହଯୋଗ ଉପରେ ଆଧାରିତ ସମ୍ପର୍କର ଦୃଢ଼ ଭିତ୍ତିଭୂମିକୁ ସ୍ୱୀକାର କରିଥିଲେ। ତେଣୁ ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ‘ସହଭାଗୀ ଦୃଷ୍ଟିକୋଣ, ରଣନୈତିକ ଅଭିସରଣ, ବାସ୍ତବ ସହଯୋଗ’ ଭାବନାରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତାକୁ ଉନ୍ନୀତ କରିବାକୁ ସହମତ ହୋଇଛନ୍ତି। ଏହା ଅନେକ ସଦିଚ୍ଛାକୁ ଆହୁରି ଦୃଶ୍ୟମାନ ଫଳାଫଳରେ ପରିଣତ କରିବ।୨୦୨୬ ବର୍ଷଟି ଭାରତ – ଭିଏତନାମ ବ୍ୟାପକ ରଣନୈତିକ ସହଭାଗୀତାର ୧୦ମ ବାର୍ଷିକୀ ଏବଂ ଉଭୟ ନେତା ଏହି ଅବସରକୁ ଉଲ୍ଲେଖନୀୟ ଭାବରେ ପାଳନ କରିବାକୁ ସହମତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗରେ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ସ୍ୱାଗତ କରି, ଉଭୟ ପକ୍ଷ ଗତ ବର୍ଷଗୁଡ଼ିକରେ ଉଚ୍ଚସ୍ତରୀୟ ଆଲୋଚନା ଏବଂ ଗସ୍ତର ଫଳାଫଳର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଜାରି ରଖିବାକୁ ରାଜି ହୋଇଥିଲେ। ଏଥିରେ ଅଗଷ୍ଟ ୨୦୨୪ରେ ଭାରତ ଏବଂ ଭିଏତନାମ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଉପରେ ମିଳିତ ବିବୃତ୍ତି, ୨୦୨୦ରେ ଶାନ୍ତି, ସମୃଦ୍ଧି ଏବଂ ଲୋକଙ୍କ ପାଇଁ ଭାରତ – ଭିଏତନାମ ମିଳିତ ଦୃଷ୍ଟିକୋଣ ଏବଂ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକର ଫଳାଫଳ ଅନ୍ତର୍ଭୁକ୍ତ। ନେତାମାନେ ନେତୃତ୍ୱ ସ୍ତର ସମେତ ସମସ୍ତ ସ୍ତରରେ ନିୟମିତ ସମ୍ପର୍କ ବଜାୟ ରଖିବା ଉପରେ ମତବ୍ୟକ୍ତ କରିଥିଲେ। ଭାରତର ସଂସଦରେ ଭାରତ – ଭିଏତନାମ ସଂସଦୀୟ ବନ୍ଧୁତା ଗୋଷ୍ଠୀର ସମ୍ବିଧାନକୁ ଧ୍ୟାନରେ ରଖି, ନେତାମାନେ ଦୁଇ ଦେଶର ବୈଧାନିକ ସଭା ମଧ୍ୟରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଆନ୍ତଃ-ସଂସଦୀୟ ସଂଘ ଏବଂ ଆସିଆନ୍ ଆନ୍ତଃ-ସଂସଦୀୟ ପରିଷଦ ସମେତ ବହୁପାକ୍ଷିକ ମଞ୍ଚରେ ଉଭୟ ପକ୍ଷର ସଂସଦୀୟ ପ୍ରତିନିଧିମଣ୍ଡଳ ମଧ୍ୟରେ ଘନିଷ୍ଠ ସମନ୍ୱୟ ଜାରି ରଖିବାକୁ ସ୍ୱାଗତ କରିଥିଲେ।ସହଯୋଗର ବିଭିନ୍ନ କ୍ଷେତ୍ରରେ ବିଦ୍ୟମାନ ସଂସ୍ଥାଗତ ବ୍ୟବସ୍ଥା ଅଧୀନରେ ନିୟମିତ ଆଲୋଚନା ଏବଂ ଆଦାନପ୍ରଦାନ ବିଶ୍ୱାସକୁ ଗଭୀର କରିଛି ଏବଂ ପାରସ୍ପରିକ ବୁଝାମଣାକୁ ବୃଦ୍ଧି କରିଛି ବୋଲି ନେତାମାନେ ସ୍ୱୀକାର କରିଥିଲେ। ଏହି ପରିପ୍ରେକ୍ଷୀରେ, ରାଜନୈତିକ ପରାମର୍ଶ ଏବଂ ରଣନୈତିକ ଆଲୋଚନା ; ଏବଂ ଅର୍ଥନୈତିକ, ବାଣିଜ୍ୟ, ବୈଜ୍ଞାନିକ ସହଯୋଗ ଉପରେ ମିଳିତ କମିଶନ ବୈଠକ ଭାରତ -ଭିଏତନାମ ସମ୍ପର୍କକୁ ଦୃଢ଼ କରିବା ପାଇଁ ପ୍ରମୁଖ ସ୍ତମ୍ଭ ଭାବରେ ରହିଛି ବୋଲି ସେମାନେ କହିଥିଲେ। ଏହି ବ୍ୟବସ୍ଥା ଅଧୀନରେ ଆୟୋଜିତ ବୈଠକଗୁଡ଼ିକ, ବିଶେଷ କରି ପ୍ରତିରକ୍ଷା, ସୁରକ୍ଷିତ ସାମୁଦ୍ରିକ କ୍ଷେତ୍ର, ବାଣିଜ୍ୟ ଏବଂ ନିବେଶ, କୃଷି, ସ୍ୱାସ୍ଥ୍ୟ, ଆଇସିଟି, ସାଇବର, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ନିୟମିତ ଭାବରେ ଡକାଯିବା ଉଚିତ ବୋଲି ଉଭୟ ଦେତା ମତବ୍ୟକ୍ତ କରିଥିଲେ। ଉଭୟ ପକ୍ଷ ରଣନୈତିକ କୂଟନୀତି – ପ୍ରତିରକ୍ଷା ଆଲୋଚନା (୨+୨) ପ୍ରତିଷ୍ଠା ପାଇଁ ଅପେକ୍ଷା କରିଛନ୍ତି। ସେମାନେ ୨୦୨୪ – ୨୦୨୮ ଅବଧି ପାଇଁ ଭାରତ ଏବଂ ଭିଏତନାମ ମଧ୍ୟରେ କାର୍ଯ୍ୟ ଯୋଜନା ଏବଂ ଏହି ମିଳିତ ବିବୃତ୍ତିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଉପରେ ସହମତି ପ୍ରକାଶ କରିଥିଲେ। ଅର୍ଥନୈତିକ, ବାଣିଜ୍ୟ ଏବଂ ନିବେଶ ଉଭୟ ପକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସହଭାଗୀତା ବୃଦ୍ଧି ପାଇଁ ସରକାର ଏବଂ ବ୍ୟବସାୟ ସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୀତି ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ସହମତ ହୋଇଥିଲେ। ଗତ ୧୦ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧିକୁ ଲକ୍ଷ୍ୟ କରି, ନେତାମାନେ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଉପାୟରେ ଏହାକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୩୦ ସୁଦ୍ଧା ୨୫ ବିଲିୟନ ଆମେରିକୀୟ ଡଲାରର ନୂତନ ବାଣିଜ୍ୟ ଲକ୍ଷ୍ୟ ଉପରେ ସହମତ ହୋଇଥିଲେ। ସେମାନେ ନିଷ୍ପତ୍ତି ନେଇଥିଲେ ଯେ ଉଭୟ ପକ୍ଷ ନିଜ ନିଜ ଦେଶରେ କୃଷି ଉତ୍ପାଦ ସମେତ ବଜାର ପ୍ରବେଶକୁ ସହଜ କରିବେ। ସେମାନେ ଭାରତୀୟ ଅଙ୍ଗୁର ଏବଂ ଭିଏତନାମୀୟ ଡୁରିଆନ ପାଇଁ ବଜାର ପ୍ରବେଶର ସୁବିଧା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ତ୍ୱରିତ ଦ୍ୱିପାକ୍ଷିକ ପରାମର୍ଶ ମାଧ୍ୟମରେ ବୈଷୟିକ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରି ଭାରତୀୟ ଡାଳିମ୍ବ ଏବଂ ଭିଏତନାମୀୟ ପୋମେଲୋ ପାଇଁ ବଜାର ପ୍ରବେଶକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସହମତ ହୋଇଥିଲେ। ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥ ସୁରକ୍ଷା କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ବୃଦ୍ଧି କରିବାକୁ ସହମତ ହୋଇଥିଲେ। ଭିଏତନାମ ଏହାର ଯୋଗାଣ ଉତ୍ସଗୁଡ଼ିକୁ ବିବିଧ କରିବା ଏବଂ ଏହାର ଘରୋଇ ଉତ୍ପାଦନ ଏବଂ ରପ୍ତାନି ଆବଶ୍ୟକତା ପୂରଣ କରିବା ପାଇଁ ଭାରତରୁ ଅଧିକ ଉତ୍ପାଦ ଆମଦାନୀ କରିବା ପାଇଁ ପ୍ରତିବଦ୍ଧତାକୁ ଦୃଢ଼ କରିଥିଲା। ମାନଦଣ୍ଡ ଅନୁପାଳନ ପ୍ରମାଣପତ୍ର ସମେତ ଉଭୟ ଦେଶର କମ୍ପାନୀଗୁଡ଼ିକ ପାଇଁ ବ୍ୟବସାୟ କରିବାର ସହଜତାକୁ ସୁଗମ କରିବା ଲାଗି ଅଧିକ ଅନୁକୂଳ ନିୟାମକ ପରିବେଶ ପାଇଁ ଉପାୟ ଅନୁସନ୍ଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ। ଦ୍ୱିପାକ୍ଷିକ ସଂସ୍ଥାଗତ ବ୍ୟବସ୍ଥା ଅଧୀନରେ ପାରସ୍ପରିକ ଚିନ୍ତାର ସମାଧାନ ପାଇଁ ଗଠନମୂଳକ ଆଲୋଚନା ବଜାୟ ରଖିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ନେତାମାନେ ସହମତ ହୋଇଥିଲେ ଯେ, ଆସିଆନ୍ ଭାରତ ସାମଗ୍ରୀ ବାଣିଜ୍ୟ ଚୁକ୍ତିନାମା (ଏଆାଇଟିଆଇଜିଏ) ର ଚାଲୁଥିବା ସମୀକ୍ଷା ଶୀଘ୍ର ସମାପ୍ତ ହେବା ଉଚିତ। ପରିଣାମସ୍ୱରୂପ ଚୁକ୍ତିନାମା ପାରସ୍ପରିକ ଲାଭଦାୟକ, ବାଣିଜ୍ୟ ସୁବିଧାଜନକ ଏବଂ ବର୍ତ୍ତମାନର ବିଶ୍ୱ ବାଣିଜ୍ୟ ଅଭ୍ୟାସ ସହିତ ପ୍ରାସଙ୍ଗିକ ହେବା ଉଚିତ ବୋଲି ଉଭୟ ମତ ଦେଇଥିଲେ।ନେତାମାନେ ଭାରତ – ଭିଏତନାମ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଅଧିକ ଦ୍ୱିପାକ୍ଷିକ ନିବେଶକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଥିଲେ। ବିଶେଷ କରି ଉଚ୍ଚ – ପ୍ରଯୁକ୍ତିବିଦ୍ୟା, ପରିବହନ, ଉତ୍ପାଦନ, ଲଜିଷ୍ଟିକ୍ସ, ନବୀକରଣୀୟ ଶକ୍ତି, ସ୍ମାର୍ଟ କୃଷି, ବୈଦ୍ୟୁତିକ ଯାନବାହନ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା, କୃଷି ଏବଂ କୃଷି- ପ୍ରକ୍ରିୟାକରଣ, ଜଳକୃଷି, ପର୍ଯ୍ୟଟନ ଏବଂ ଆତିଥ୍ୟ ଇତ୍ୟାଦି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବାକୁ ସହମତି ପ୍ରକାଶ କରିଥିଲେ। ସେମାନେ ଦୁଇ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଏବଂ ନବସୃଜନ କେନ୍ଦ୍ର ମଧ୍ୟରେ ବାସ୍ତବ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ମତ ଦେଇଥିଲେ।ତୈଳ ଏବଂ ଗ୍ୟାସ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ମଧ୍ୟରେ ଦଶନ୍ଧି ପୁରୁଣା ସଂସ୍ଥାଗତ ସମ୍ପର୍କକୁ ପ୍ରଶଂସା କରି ଏବଂ ଏହି କ୍ଷେତ୍ରରେ ପାରସ୍ପରିକ ଲାଭଦାୟକ ସହଯୋଗକୁ ସ୍ୱୀକୃତି ଦେଇଥଲେ। ଭିଏତନାମ ଆଇନ ଏବଂ ଅନ୍ତର୍ଜାତୀୟ ଆଇନ, ବିଶେଷ କରି ୧୯୮୨ ୟୁଏନସିଏଲଓଏସ୍ ଅନୁଯାୟୀ ଭାରତୀୟ କମ୍ପାନୀଗୁଡ଼ିକ ଅଂଶଗ୍ରହଣ କରିବାକୁ ଆଗ୍ରହୀ ନୂତନ କୂପ ବିକାଶ ସମେତ ଅନୁସନ୍ଧାନ ଏବଂ ଉତ୍ପାଦନ କାର୍ଯ୍ୟକଳାପକୁ ଆହୁରି ବୃଦ୍ଧି କରିବାକୁ ସହମତ ହୋଇଥିଲେ। ଇ – କମର୍ସ ଏବଂ ଡିଜିଟାଲ୍ ଅର୍ଥନୀତିର ବର୍ଦ୍ଧିତ ଗୁରୁତ୍ୱକୁ ସ୍ୱୀକାର କରି, ନେତାମାନେ ଏହି କ୍ଷେତ୍ରଗୁଡ଼ିକରେ ସହଯୋଗକୁ ସୁଦୃଢ଼ କରିବାକୁ ରାଜି ହୋଇଥିଲେ। ସେମାନଙ୍କର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ନିୟମାବଳୀ ଏବଂ ନୀତି ବିକାଶ କରିବାରେ ଅଭିଜ୍ଞତାକୁ ବୃଦ୍ଧି କରି ଏବଂ ବ୍ୟବସାୟଗୁଡ଼ିକୁ ସମର୍ଥନ କରିବା ପାଇଁ, ବିଶେଷ କରି ଏମଏସଏମଇଗୁଡ଼ିକୁ ଇ – କମର୍ସରେ ଅଂଶଗ୍ରହଣ କରିବା ପାଇଁ ଆଞ୍ଚଳିକ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଗଭୀର ଏବଂ ସ୍ଥାୟୀ ଭାବରେ ସମନ୍ୱିତ କରିବା ପାଇଁ ସମର୍ଥନ କରିଥିଲେ।ସ୍ୱାସ୍ଥ୍ୟ ନେତାମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଥିଲେ। ଭାରତୀୟ ଔଷଧ ଶିଳ୍ପ ଦ୍ୱାରା କରାଯାଇଥିବା ଅଗ୍ରଗତିକୁ ସ୍ୱୀକାର କରି, ଉଭୟ ପକ୍ଷ ପାରସ୍ପରିକ ରାଜିନାମା ଅନୁଯାୟୀ ୨୦୨୭ ମସିହାରୁ ଭିଏତନାମ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ଔଷଧ କ୍ରୟରେ ଭାରତୀୟ କମ୍ପାନୀଗୁଡ଼ିକର ସମ୍ଭାବ୍ୟ ଅଂଶଗ୍ରହଣ ପାଇଁ ଉପାୟ ଅନୁସନ୍ଧାନ କରିବାକୁ ସହମତ ହୋଇଥିଲେ। ପ୍ରଯୁକ୍ତିର ବର୍ଦ୍ଧିତ ଗୁରୁତ୍ୱକୁ ସ୍ୱୀକାର କରି, ସେମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇର ପ୍ରୟୋଗ ସମେତ ସ୍ୱାସ୍ଥ୍ୟସେବାର ଡିଜିଟାଲ୍ ପରିବର୍ତ୍ତନରେ ସହଯୋଗକୁ ଉତ୍ସାହିତ କରିଥିଲେ। ଉଭୟ ଦେଶରେ ପାରମ୍ପରିକ ଔଷଧର ଦୀର୍ଘ ଇତିହାସ ଏବଂ ସମୃଦ୍ଧ ଐତିହ୍ୟକୁ ଦୃଷ୍ଟିରେ ରଖି, ନେତାମାନେ ନିକଟତର ସଂସ୍ଥାଗତ ସମ୍ପର୍କକୁ ଉତ୍ସାହିତ କରିବା ସହିତ ଜ୍ଞାନ, ଗବେଷଣା ଏବଂ ସର୍ବୋତ୍ତମ ଅଭ୍ୟାସର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଥିଲେ। ସେମାନେ ପାରମ୍ପରିକ ଔଷଧ ଉପରେ ବୁଝାମଣାପତ୍ର ଏବଂ ଭିଏତନାମରେ ଆୟୁର୍ବେଦରେ ଏକ ଏକାଡେମିକ୍ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବିତ ବୁଝାମଣାପତ୍ର ସମ୍ପୂର୍ଣ ହେବା ଦିଗରେ ଅଗ୍ରଗତିକୁ ସ୍ୱାଗତ କରିଥିଲେ।ପ୍ରତିରକ୍ଷା ଏବଂ ସୁରକ୍ଷା ନେତାମାନେ ପୁନର୍ବାର ଉଲ୍ଲେଖ କରିଥିଲେ ଯେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଭାରତ – ଭିଏତନାମ ବ୍ୟାପକ ରଣନୈତିକ ସହଭାଗୀତାର ଏକ ପ୍ରମୁଖ ସ୍ତମ୍ଭ। ସେମାନେ ୨୦୩୦ ପର୍ଯ୍ୟନ୍ତ ଭାରତ – ଭିଏତନାମ ପ୍ରତିରକ୍ଷା ସହଭାଗୀତା ଉପରେ ମିଳିତ ଦୃଷ୍ଟିକୋଣ ବିବୃତ୍ତିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ପ୍ରଶଂସା କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ପ୍ରତିରକ୍ଷା ସମ୍ପର୍କକୁ ମାର୍ଗଦର୍ଶନ କରିଚାଲିଛି।ପ୍ରତିରକ୍ଷା ନୀତି ଆଲୋଚନା, ମିଳିତ ଅଭ୍ୟାସ, କର୍ମଚାରୀ ଆଲୋଚନା, ନୂତନ ପ୍ରତିରକ୍ଷା ପ୍ରଯୁକ୍ତିର ମିଳିତ ଗବେଷଣା ଏବଂ ସହ – ଉତ୍ପାଦନ, ନୌସେନା ଜାହାଜ ଏବଂ ବାୟୁସେନା ବିମାନ ଦ୍ୱାରା ବର୍ଦ୍ଧିତ ବନ୍ଦର କଲ୍, ଶାନ୍ତିରକ୍ଷା କାର୍ଯ୍ୟକଳାପ, ସୂଚନା ଆଦାନପ୍ରଦାନ, ହାଇଡ୍ରୋଗ୍ରାଫି, ପ୍ରତିରକ୍ଷା ପ୍ରଦର୍ଶନୀ, କ୍ଷମତା ନିର୍ମାଣ, ପ୍ରତିରକ୍ଷା ଶିଳ୍ପ ସହଯୋଗ, ସାମୁଦ୍ରିକ ନିରାପତ୍ତା, ସାମୁଦ୍ରିକ ସୁରକ୍ଷା, ଏବଂ ଦୁଇ ଦେଶର ପାରସ୍ପରିକ ସ୍ୱାର୍ଥ ଏବଂ ପ୍ରାଥମିକତା ଉପରେ ଆଧାରିତ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସମେତ ପ୍ରତିରକ୍ଷା ସହଯୋଗର ପାରସ୍ପରିକ ଏବଂ ଉଦୀୟମାନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ଏବଂ ସମ୍ପର୍କ ବୃଦ୍ଧି କରିବାକୁ ନେତାମାନେ ସହମତ ହୋଇଛନ୍ତି। ଏହା ବ୍ୟାପକ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଧିକ ସ୍ଥିରତା ପାଇଁ ମଧ୍ୟ ଯୋଗଦାନ ଦେବ। ସେମାନେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ପ୍ରଣାଳୀ କ୍ରୟକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।ଭାରତ ଭିଏତନାମ ପାଇଁ ପ୍ରଦାନ କରିଥିବା ଡିଫେନ୍ସ ଲାଇନ୍ସ ଅଫ୍ କ୍ରେଡିଟ୍ କାର୍ଯ୍ୟାନ୍ୱୟନରେ ସ୍ଥିର ପ୍ରଗତିକୁ ନେତାମାନେ ସ୍ୱାଗତ କରିଛନ୍ତି। ଏହା ଭିଏତନାମର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଆଗକୁ ବଢ଼ାଇବାରେ ଅବଦାନ ରଖିଛି। ପାରସ୍ପରିକ ଲଜିଷ୍ଟିକ୍ସ ସହାୟତା ଚୁକ୍ତିନାମା ; ବୁଡ଼ାଜାହାଜ ସନ୍ଧାନ ଏବଂ ଉଦ୍ଧାର ସହାୟତା ଏବଂ ସହଯୋଗ ଉପରେ ଚୁକ୍ତିନାମା ; ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଗ୍ରହ ପତ୍ର ସମେତ ଦ୍ୱିପାକ୍ଷିକ ପ୍ରତିରକ୍ଷା ଚୁକ୍ତିନାମା କାର୍ଯ୍ୟକାରୀ ହେବା ଉପରେ ନେତାମାନେ ସନ୍ତୋଷ ପ୍ରକାଶ କରିଥିଲେ।ଭିଏତନାମ ଉପକୂଳରେ ମେ’ ୨୦୨୫ ରେ ଦୁଇ ନୌସେନା ଦ୍ୱାରା ପ୍ରଥମ ମିଳିତ ହାଇଡ୍ରୋଗ୍ରାଫିକ୍ ସର୍ଭେକୁ ନେତାମାନେ ସ୍ୱାଗତ କରିଥିଲେ । ଭବିଷ୍ୟତରେ ନିୟମିତ ଭାବରେ ସମାନ ଅଭ୍ୟାସ କରିବାକୁ ସହମତ ହୋଇଥିଲେ। ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ଆଇଟିଇସି) କାର୍ଯ୍ୟକ୍ରମ ଅଧୀନରେ ନହା ଟ୍ରାଙ୍ଗର ଟେଲିକମ୍ୟୁନିକେସନ୍ ବିଶ୍ୱବିଦ୍ୟାଳୟ (ଟିସିୟୁ), ନୌସେନା ଏକାଡେମୀ ଏବଂ ବାୟୁସେନା କଲେଜରେ – ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ତାଲିମ ଦଳ ମାଧ୍ୟମରେ – ଭିଏତନାମ ପ୍ରତିରକ୍ଷା କର୍ମଚାରୀଙ୍କ କ୍ଷମତା ନିର୍ମାଣ ପାଇଁ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ତାଲିମକୁ ଭିଏତନାମ ପ୍ରଶଂସା କରିଛି। ଏହା ନହା ଟ୍ରାଙ୍ଗର ଟିସିୟୁରେ ଏକ ସେନା ସଫ୍ଟୱେର୍ ପାର୍କ ପ୍ରତିଷ୍ଠା ପାଇଁ ଭାରତର ସମର୍ଥନକୁ ମଧ୍ୟ ସ୍ୱାଗତ କରିଛି। ଉଭୟ ନେତା ଏହି ସତ୍ୟକୁ ସ୍ୱାଗତ କରିଛନ୍ତି ଯେ ଦୁଇ ଦେଶ ୨୦୨୭ – ୨୦୩୦ ପାଇଁ ସାଇବର ସୁରକ୍ଷା ଉପରେ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ମିଟିଙ୍ଗ ପ୍ଲସ୍ ଏକ୍ସପର୍ଟସ ୱାର୍କିଂ ଗୃପ୍ (ଏଡିଏମଏମ -ପ୍ଲସ୍ ଇଡବ୍ଲୁ୍ୟଜି) ର ସହ-ଅଧ୍ୟକ୍ଷତା କରିବେ।ଭାରତର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏବଂ ଭିଏତନାମ ନ୍ୟାୟ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ଆଇନଗତ ଏବଂ ନ୍ୟାୟିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ନେତାମାନେ ସହମତ ହୋଇଥିଲେ।ଉଭୟ ପକ୍ଷ ଭିଏତନାମର ଜନସୁରକ୍ଷା ମନ୍ତ୍ରଣାଳୟ ଏବଂ ଭାରତର ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବାକୁ ସହମତ ହୋଇଥିଲେ ଯାହା ଦ୍ଵାରା ସମାନ ଉଦ୍ଦେଶ୍ୟ ହାସଲ ହୋଇପାରିବ। ସୂଚନା ଆଦାନପ୍ରଦାନ, ସାଇବର ସୁରକ୍ଷା, ଆତଙ୍କବାଦ ବିରୋଧୀ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଅପରାଧ, ଆନ୍ତର୍ଜାତୀୟ ଅପରାଧ, ମନି ଲଣ୍ଡରିଂ ଏବଂ ଅନଲାଇନ୍ ଠକେଇ ମୁକାବିଲା କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବାକୁ ସେମାନେ ସହମତି ପ୍ରକାଶ କରିଥିଲେ। ଏହା ବ୍ୟତୀତ, ଉଭୟ ପକ୍ଷ ଭାରତ – ଭିଏତନାମ ସୁରକ୍ଷା ଆଲୋଚନା ସମେତ ବିଦ୍ୟମାନ ସହଯୋଗ ବ୍ୟବସ୍ଥାକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନେତାମାନେ ପ୍ରଥମ ଭାରତ – ଭିଏତନାମ ସାଇବର ନୀତି ଆଲୋଚନାର ସଫଳ ଆୟୋଜନକୁ ସ୍ୱାଗତ କରିଥିଲେ। ଏଥିରେ ଉଭୟ ପକ୍ଷ ସାଇବର ନୀତିରେ ସାମ୍ପ୍ରତିକ ବିକାଶ ଉପରେ ମତ ବିନିମୟ କରିଥିଲେ, ସାଇବର ବିପଦ ପରିଦୃଶ୍ୟ ଉପରେ ସମୀକ୍ଷା କରିଥିଲେ, ଦ୍ୱିପାକ୍ଷିକ ସହଯୋଗର କ୍ଷେତ୍ର ଚିହ୍ନଟ କରିଥିଲେ ଏବଂ ଆଇସିଟି ପ୍ରସଙ୍ଗରେ ବହୁପକ୍ଷୀୟ ମଞ୍ଚରେ ମିଳିତ କ୍ଷମତା ନିର୍ମାଣ କାର୍ଯ୍ୟକଳାପ ଏବଂ ସହଯୋଗ ବିଷୟରେ ଆଲୋଚନା କରିଥିଲେ। ଉଭୟ ପକ୍ଷ ସୁରକ୍ଷା କ୍ଷେତ୍ରରେ ଅଭିଜ୍ଞତା ଆଦାନପ୍ରଦାନ ଏବଂ ସହଯୋଗକୁ ବୃଦ୍ଧି କରିବାକୁ ସହମତ ହୋଇଥିଲେ। ଏଥିରେ ଆଇନ ପ୍ରବର୍ତ୍ତନ ଅଧିକାରୀମାନଙ୍କ ପାଇଁ ତାଲିମ ଏବଂ କ୍ଷମତା ନିର୍ମାଣରେ ସହଯୋଗକୁ ପ୍ରୋତ୍ସାହିତ କରିବା, ବୃତ୍ତିଗତ ତାଲିମ ପାଇଁ ସମର୍ଥନ, ବିଦେଶୀ ଭାଷା ତାଲିମ, ସାଇବର ସୁରକ୍ଷା ଘଟଣା ପ୍ରତିକ୍ରିୟା ଦକ୍ଷତା, ଜାତିସଂଘ ଶାନ୍ତିରକ୍ଷା ଏବଂ ପାରସ୍ପରିକ ସମ୍ମତି ଅନୁଯାୟୀ ଅନ୍ୟାନ୍ୟ ସହଯୋଗ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ସାମୁଦ୍ରିକଭାରତ ଏବଂ ଭିଏତନାମ ହଜାର ହଜାର ବର୍ଷର ଆଦାନପ୍ରଦାନର ଇତିହାସ ସହିତ ସାମୁଦ୍ରିକ ରାଷ୍ଟ୍ର ବୋଲି ସ୍ୱୀକାର କରି, ଉଭୟ ଦେଶର ନେତା ସାମୁଦ୍ରିକ କ୍ଷେତ୍ରକୁ ସେମାନଙ୍କ ସହଯୋଗର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଚିହ୍ନଟ କରିଥିଲେ ଏବଂ ଦୁଇ ପକ୍ଷ ମଧ୍ୟରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଆହ୍ୱାନ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଦ୍ୱିପାକ୍ଷିକ ସାମୁଦ୍ରିକ ସୁରକ୍ଷା ଆଲୋଚନା ପାରସ୍ପରିକ ବିଶ୍ୱାସ ଏବଂ ସମ୍ପର୍କିତ ଚିନ୍ତାଧାରାର ଉତ୍ତମ ବୁଝାମଣାକୁ ପ୍ରୋତ୍ସାହିତ କରିଛି ଏବଂ ଏହାକୁ ନିୟମିତ ଭାବରେ ଆୟୋଜନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ସାମୁଦ୍ରିକ କ୍ଷେତ୍ର ସଚେତନତାରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଭାରତର ଗୁରୁଗ୍ରାମରେ ସୂଚନା ଫ୍ୟୁଜନ୍ କେନ୍ଦ୍ର – ଭାରତ ମହାସାଗର କ୍ଷେତ୍ର (ଆଇଏଫସି – ଆଇଓଆର୍) ରେ ଜଣେ ଅନ୍ତର୍ଜାତୀୟ ଯୋଗାଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ନିମନ୍ତ୍ରଣ ପାଇଁ ଭିଏତନାମ ଭାରତକୁ ଧନ୍ୟବାଦ ଜଣାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପ (ଆଇପିଓଆଇ) ରେ ଯୋଗଦାନ ପାଇଁ ଭିଏତନାମକୁ ସ୍ୱାଗତ କରିଥିଲେ ଏବଂ ସେହି ଢାଞ୍ଚା ଅଧୀନରେ ସହଯୋଗ ବୃଦ୍ଧି ପାଇଁ ଆଶା କରିଥିଲେ। ଆଇପିଓଆଇର ଢାଞ୍ଚାରେ ଭିଏତନାମ ଭାରତ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ସମନ୍ୱୟ ଜାରି ରଖିବ। ଆଇପିଓଆଇ ଏବଂ ଭାରତ – ପ୍ରଶାନ୍ତ ମହାସାଗର ଉପରେ ଆସିଆନ୍ ଆଉଟଲୁକ୍ (ଏଆଇପିଓଆଇ) ମଧ୍ୟରେ ସମନ୍ୱୟକୁ ଆହୁରି ପ୍ରୋତ୍ସାହିତ କରିବ ଏବଂ ଆସିଆନ୍ -ଭାରତ ସାମୁଦ୍ରିକ ସହଯୋଗ ବର୍ଷ ୨୦୨୬ ରେ ବାସ୍ତବ ସହଯୋଗକୁ ପ୍ରୋତ୍ସାହିତ କରିବ। ଉଭୟ ନେତା ସମୁଦ୍ର ପର୍ଯ୍ୟବେକ୍ଷଣ ପ୍ଲାଟଫର୍ମ, ତଥ୍ୟ ପରିଚାଳନା, ମହାସାଗର ଉପରେ ପୂର୍ବାନୁମାନ ଏବଂ ସେବା, କ୍ଷମତା ନିର୍ମାଣ ଏବଂ ସାମୁଦ୍ରିକ ବୈଜ୍ଞାନିକ ଗବେଷଣା ଭଳି କ୍ଷେତ୍ର ସମେତ ସମୁଦ୍ର ବିଜ୍ଞାନରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପାଙ୍ଗାସିୟସ୍ ପ୍ରଜନନ ଏବଂ କୃଷି ସୁବିଧା ସ୍ଥାପନ ଏବଂ ଭାରତରେ ମସେଲ୍ସ ପ୍ରଜନନ ଏବଂ କ୍ରୟକୁ ସକ୍ଷମ କରିବାରେ ଭିଏତନାମ ସହିତ ସହଯୋଗକୁ ସ୍ୱାଗତ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମେତ ବିଜ୍ଞାନ ଏବଂ ପ୍ରଯୁକ୍ତିନେତାମାନେ ଡିଜିଟାଲ ପ୍ରଯୁକ୍ତିର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ ଏବଂ ଆର୍ଥିକ ନବସୃଜନ ଏବଂ ଡିଜିଟାଲ ଦେୟ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଭିଏତନାମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ସେମାନେ QR କୋଡ୍ ମାଧ୍ୟମରେ ଖୁଚୁରା ପେମେଣ୍ଟ ପ୍ଲାଟଫର୍ମ ପାଇଁ ସଂଯୋଗକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଥିଲେ ଯାହା ଉଭୟ ପକ୍ଷର ପର୍ଯ୍ୟଟନ ଏବଂ ବ୍ୟବସାୟକୁ ସୁବିଧା ଦେବ। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ୬ଜି, କୃତ୍ରିମ ବୁଦ୍ଧିମତ୍ତା, ମହାକାଶ ଏବଂ ପରମାଣୁ ପ୍ରଯୁକ୍ତିବିଦ୍ୟା, ସାମୁଦ୍ରିକ ବିଜ୍ଞାନ, ଜୈବ ପ୍ରଯୁକ୍ତିବିଦ୍ୟା, ଔଷଧ, ଉନ୍ନତ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ସହଯୋଗ ଏବଂ ସହଭାଗୀତାକୁ ସୁଗମ କରିବାକୁ ନେତାମାନେ ସହମତ ହୋଇଥିଲେ। ମିଳିତ ଗବେଷଣା, ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଏବଂ ଉତ୍ପାଦ ବିକାଶ ଭଳି ବ୍ୟବହାରିକ ପଦକ୍ଷେପ ଉପରେ ସହଯୋଗ ପରସ୍ପର ପାଇଁ ଲାଭଦାୟକ ହେବ। ନେତାମାନେ ସେମାନଙ୍କର ଜଟିଳ ଜଳବାୟୁ, ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ଶକ୍ତି ପରିବର୍ତ୍ତନ ପ୍ରାଥମିକତାକୁ ସ୍ୱୀକାର କରିଥିଲେ ଏବଂ ସ୍ୱଚ୍ଛ ଏବଂ ନବୀକରଣୀୟ ଶକ୍ତି, ଏବଂ ଜଳବାୟୁ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଥିଲେ। ସେମାନେ ଏହି କ୍ଷେତ୍ରରେ ମିଶନ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଭଳି ସଂସ୍ଥାର ପ୍ରାସଙ୍ଗିକତାକୁ ସ୍ୱୀକାର କରିଛନ୍ତି। ଭାରତ ବୈଶ୍ଵିକ ଜୈବ ଇନ୍ଧନ ମେଣ୍ଟ (ଜିବିଏ) ରେ ଯୋଗଦେବା ପାଇଁ ଭିଏତନାମର ଆଗ୍ରହକୁ ସ୍ୱାଗତ କରିଛି। ନେତାମାନେ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ସ୍ଥିରତାରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବାରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି (ସିଡିଆରଆଇ) ର ଗୁରୁତ୍ୱକୁ ମଧ୍ୟ ସ୍ୱୀକାର କରିଛନ୍ତି। ସେମାନେ ସ୍ମାର୍ଟ କୃଷି, ସ୍ଥାୟୀ ଜଳ ପରିଚାଳନା ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ଡିଜିଟାଲ୍ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ଆହୁରି ସହଯୋଗକୁ ଉତ୍ସାହିତ କରିଛନ୍ତି। ନେତାମାନେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର କ୍ଷେତ୍ରରେ ଚାଲିଥିବା ସହଯୋଗ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ପରମାଣୁ ଶକ୍ତି ଉପରେ ଚତୁର୍ଥ ଭାରତ-ଭିଏତନାମ ମିଳିତ କମିଟି ବୈଠକରୁ ସୃଷ୍ଟି ହେଉଥିବା ଆହୁରି ସହଯୋଗର ବିଭିନ୍ନ ମାର୍ଗ ଉପରେ ଅନୁସରଣକୁ ଅଧିକ କରିବାକୁ ସହମତ ହୋଇଛନ୍ତି। ଭାରତ ପରମାଣୁ ଶକ୍ତି କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ଭିଏତନାମର ନିମନ୍ତ୍ରଣକୁ ପ୍ରଶଂସା କରିଛି। ଭିଏତନାମ କୋବାଲ୍ଟ – ୬୦ ଯୋଗାଣ ପାଇଁ ଭାରତକୁ ଧନ୍ୟବାଦ ଦେଇଛି ଏବଂ ଉଭୟ ପକ୍ଷ ଭିଏତନାମକୁ ଏହାର ନିରନ୍ତର ଯୋଗାଣ ପାଇଁ ପଦ୍ଧତି ଅନୁସନ୍ଧାନ କରିବାକୁ ସହମତ ହୋଇଛନ୍ତି।ସେମାନେ ଭିଏତନାମରେ ଆସିଆନ୍ – ଭାରତ ଟ୍ରାକିଂ, ଡାଟା ରିସେପ୍ସନ ଷ୍ଟେସନ ଏବଂ ଡାଟା ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା ଦିଗରେ ଅଗ୍ରଗତି ଉଲ୍ଲେଖ କରିଥିଲେ। ପ୍ରକଳ୍ପକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ଭିଏତନାମ ନିଜ ପକ୍ଷରୁ ବାକି ଥିବା ପ୍ରକ୍ରିୟାଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ସହମତ ହୋଇଛି।ନେତାମାନେ ଭାରତ ସରକାରଙ୍କ ଆଇଆରଇଏଲ୍ (ଭାରତ) ଲିମିଟେଡ୍ ଏବଂ ଭିଏତନାମ ସରକାରଙ୍କ ଇନଷ୍ଟିଚ୍ୟୁଟ୍ ଫର ଟେକ୍ନୋଲୋଜି ଅଫ୍ ରେଡିଓଆକ୍ଟିଭ୍ ଆଣ୍ଡ୍ ରେଅର ଏଲିମେଣ୍ଟସ୍, ଭିନାଟୋମ୍ ମଧ୍ୟରେ ବିରଳ ମୃତ୍ତିକା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ଏହାର ଶୀଘ୍ର ଏବଂ ପୂର୍ଣ୍ଣ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକାଶ ସହଭାଗୀତାନେତାମାନେ ମେକଙ୍ଗ-ଗଙ୍ଗା ସହଯୋଗ ଢାଞ୍ଚା, ଆଇଟିଇସି କାର୍ଯ୍ୟକ୍ରମ ଏବଂ ଶିକ୍ଷାଗତ ବୃତ୍ତି ଅଧୀନରେ କ୍ୱିକ୍ ଇମ୍ପାକ୍ଟ ପ୍ରୋଜେକ୍ଟ (QIPs) ଦ୍ୱାରା ଆଧାରିତ ଦୁଇ ଦେଶ ମଧ୍ୟରେ ବ୍ୟାପକ ଏବଂ ପ୍ରଭାବଶାଳୀ ବିକାଶ ସହଭାଗୀତାକୁ ପ୍ରଶଂସା କରିଛନ୍ତି। ସେମାନେ ଭିଏତନାମର ୩୪ ଟି ପ୍ରଦେଶ ମଧ୍ୟରୁ ୩୨ ଟି ପ୍ରଦେଶରେ ଭାରତର ସମର୍ଥନ ମାଧ୍ୟମରେ ୬୬ ଟି QIPs କାର୍ଯ୍ୟକାରୀ କରିବା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସ୍ଥାନୀୟ ସରକାର ଏବଂ ସମ୍ପ୍ରଦାୟଗୁଡ଼ିକ ଦ୍ୱାରା ସେମାନଙ୍କର ତୃଣମୂଳ ସାମାଜିକ – ଆର୍ଥିକ ପ୍ରଭାବ ପାଇଁ ବ୍ୟାପକ ପ୍ରଶଂସା ପାଇଛି।ନେତାମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ଆଇଟିଇସି କାର୍ଯ୍ୟକ୍ରମ ଦ୍ୱିପାକ୍ଷିକ ବିକାଶ ସହଯୋଗର ଏକ ପ୍ରମୁଖ ସ୍ତମ୍ଭ। ଭିଏତନାମ ଆଇଟିଇସି କାର୍ଯ୍ୟକ୍ରମ ମାଧ୍ୟମରେ ଭିଏତନାମ ଅଧିକାରୀମାନଙ୍କ କ୍ଷମତା ନିର୍ମାଣରେ ଭାରତର ଦୃଢ଼ ଏବଂ ନିରନ୍ତର ସମର୍ଥନ ପାଇଁ ପ୍ରଶଂସା କରିଛି, ଯେଉଁଥିରେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ ଏବଂ ଛାତ୍ର ଏବଂ ବିଦ୍ୱାନଙ୍କ ପାଇଁ ଆଇସିସିଆର୍ ଛାତ୍ରବୃତ୍ତି ଅନ୍ତର୍ଭୁକ୍ତ।ନେତାମାନେ ଦୁଇ ଦେଶର ବିଶ୍ୱବିଦ୍ୟାଳୟ, ଥିଙ୍କଟ୍ୟାଙ୍କ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ମଧ୍ୟରେ ଅଧିକ ଛାତ୍ର, ଅଧ୍ୟାପକ ଏବଂ ଗବେଷଣା ଆଦାନପ୍ରଦାନକୁ ଉତ୍ସାହିତ କରିଥିଲେ। ସେମାନେ ଭାରତର ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ହୋ ଚି ମିନ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ପଲିଟିକ୍ସ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ ସ୍ୱାଗତ କରିଥିଲେ।ସଂସ୍କୃତି, ପର୍ଯ୍ୟଟନ ସହଯୋଗ ଏବଂ ଲୋକ-ଲୋକ ବିନିମୟମେ – ଜୁନ୍ ୨୦୨୫ ମଧ୍ୟରେ ପ୍ରଦର୍ଶନ ପାଇଁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଭିଏତନାମ ପଠାଇବାରେ ଭାରତର ପଦକ୍ଷେପ ପାଇଁ ଭିଏତନାମ ପକ୍ଷରୁ ଗଭୀର କୃତଜ୍ଞତା ପ୍ରକାଶ କରାଯାଇଥିଲା। ନେତାମାନେ ସ୍ୱୀକାର କରିଥିଲେ ଯେ, ପବିତ୍ର ଅବଶେଷ ପ୍ରତି ଭିଏତନାମ ଲୋକଙ୍କ ଗଭୀର ପ୍ରତିକ୍ରିୟା ଗଭୀର ସଭ୍ୟତାଗତ ବନ୍ଧନ, ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ଏବଂ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ବନ୍ଧୁତାକୁ ପ୍ରତିଫଳିତ କରେ। ନେତାମାନେ ସ୍ୱୀକାର କରିଛନ୍ତି ଯେ ପର୍ଯ୍ୟଟନ ହେଉଛି ଲୋକ -ଲୋକ ସମ୍ପର୍କ ଏବଂ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ। ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଛନ୍ତି ଏବଂ ସାଂସ୍କୃତିକ ଏବଂ ଐତିହ୍ୟ, ଚିକିତ୍ସା ଏବଂ କଲ୍ୟାଣ ପର୍ଯ୍ୟଟନ ସମେତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଉପାୟରେ ଦ୍ୱିପାକ୍ଷିକ ପର୍ଯ୍ୟଟନର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭିଏତନାମର ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଭାରତରେ ବୌଦ୍ଧ ସର୍କିଟ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବୃଦ୍ଧିକୁ ସ୍ୱାଗତ କରି, ସେମାନେ ସେମାନଙ୍କର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ ବିମାନ ସଂଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିବାକୁ ଉତ୍ସାହିତ କରିଛନ୍ତି।ନେତାମାନେ ୨୦୨୬ – ୨୦୩୦ ପାଇଁ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି ଏବଂ ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକ – ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବାକୁ ସହମତ ହୋଇଛନ୍ତି।ଦୁଇ ଦେଶ ମଧ୍ୟରେ ଗଭୀର ସଭ୍ୟତାଗତ ସମ୍ପର୍କକୁ ଗୁରୁତ୍ୱାରୋପ କରି, ନେତାମାନେ ବୌଦ୍ଧ ବିଦ୍ୱାନ, ଭିକ୍ଷୁ, ତୀର୍ଥଯାତ୍ରୀ ଏବଂ ଛାତ୍ରଙ୍କ ଅଧିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିଛନ୍ତି। ଭିଏତନାମ ମାଇଁ ସନ୍ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ସଂରକ୍ଷଣ ଏବଂ ଏ, ଏଚ୍ ଏବଂ କେ ବ୍ଲକରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା କରାଯାଇଥିବା ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟ, ଏବଂ ଭିଏତନାମର ଡାକ ଲାକ ପ୍ରଦେଶରେ ଇ ଏବଂ ଏଫ୍ ବ୍ଲକ ଏବଂ ନାହାନ ଟାୱାର ପ୍ରକଳ୍ପରେ ଚାଲୁଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।ଭାରତ ଭିଏତନାମର ବହୁ ସଂଖ୍ୟକ ସହର ଏବଂ ପ୍ରଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ଷିକ ଆୟୋଜନ ପାଇଁ ଭିଏତନାମର ସମର୍ଥନକୁ ପ୍ରଶଂସା କରିଛି । ନେତାମାନେ ଦୁଇ ଦେଶର ଯୋଗ ପ୍ରତିଷ୍ଠାନ ମଧ୍ୟରେ ଅଧିକ ସହଯୋଗ ପାଇଁ ସମର୍ଥନ ପ୍ରକାଶ କରିଛନ୍ତି। ସେମାନେ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ବୃଦ୍ଧି କରିବା ଏବଂ ଡା ନାଙ୍ଗ ବିଶ୍ୱବିଦ୍ୟାଳୟ ଏବଂ ସାମାଜିକ ବିଜ୍ଞାନ ଏବଂ ମାନବିକତା ବିଶ୍ୱବିଦ୍ୟାଳୟରେ ଭାରତ ଅଧ୍ୟୟନର ଆଇସିସିଆର୍ ଚେୟାର ପ୍ରତିଷ୍ଠା କରିବାକୁ ମଧ୍ୟ ସହମତ ହୋଇଛନ୍ତି। ନେତାମାନେ ମୁମ୍ବାଇ ଏବଂ ହୋ ଚି ମିନ୍ ସିଟି ମଧ୍ୟରେ ବନ୍ଧୁତା ଏବଂ ସହଯୋଗ ସ୍ଥାପନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି ଏବଂ ଏପରି ସହଯୋଗ ଏବଂ ସଂଯୋଗକୁ ଉତ୍ସାହିତ କରିଛନ୍ତି।ମାନବ ସମ୍ବଳର ଗତିଶୀଳତା କ୍ଷେତ୍ରରେ ସହଯୋଗର ଗୁରୁତ୍ୱ ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି। ଶ୍ରମ ବଜାର ଗତିଶୀଳତାର ସୁବିଧା ସମେତ ପାରସ୍ପରିକ ସ୍ୱାର୍ଥର ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏକ କନସୁଲାର ଆଲୋଚନା ପ୍ରତିଷ୍ଠାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସହଯୋଗବିକଶିତ ହେଉଥିବା ବିଶ୍ୱ ଭୂରାଜନୈତିକ ଏବଂ ଅର୍ଥନୈତିକ ଦୃଶ୍ୟପଟକୁ ସ୍ୱୀକାର କରି, ନେତାମାନେ ଭାରତ ଏବଂ ଭିଏତନାମ ମଧ୍ୟରେ ବଢ଼ୁଥିବା ରଣନୈତିକ ସମନ୍ୱୟକୁ ଗୁରୁତ୍ୱାରୋପ କରିଛନ୍ତି। ଏହା ଅନ୍ତର୍ଜାତୀୟ ଆଇନ ଉପରେ ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ପ୍ରୋତ୍ସାହିତ କରିବ,
