ଜୁନ୍ ୯ରେ ନୂଆଦିଲ୍ଲୀଠାରେ ଲ୍ୟାଣ୍ଡ୍ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମର ଉଦ୍‌ଘାଟନ

ଜୁନ୍ ୯ରେ ନୂଆଦିଲ୍ଲୀଠାରେ ଲ୍ୟାଣ୍ଡ୍ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମର ଉଦ୍‌ଘାଟନ କରିବେ ଅମିତ ଶାହସ୍ମାର୍ଟ ବର୍ଡର ମ୍ୟାନେଜମେଣ୍ଟ ଦିଗରେ ବଡ଼ ପଦକ୍ଷେପ; ସୁରକ୍ଷା ଓ ସୁବିଧାର ସମନ୍ୱୟ ଉପରେ ଜୋରସ୍ଥଳ ବନ୍ଦର ପରିଚାଳନାରେ ଡିଜିଟାଲ୍ ବିପ୍ଳବ; ସମସ୍ତ କାର୍ଯ୍ୟକୁ ଏକ ସିଷ୍ଟମରେ ଏକକୃତ କରିବ ଏଲ୍‌ପିଏମ୍‌ଏସ୍‌ରିଅଲ୍-ଟାଇମ୍ ଡାଟା ଶେୟାରିଂ ମାଧ୍ୟମରେ ସ୍ଥଳ ବନ୍ଦରର ଲଜିଷ୍ଟିକ୍ସ ଓ ନିୟାମକ ପ୍ରକ୍ରିୟାକୁ ମିଳିବ ନୂଆ ଗତିସିଙ୍ଗଲ୍-ୱିଣ୍ଡୋ କ୍ଲିୟରାନ୍ସ ସହ ଲଜିଷ୍ଟିକ୍ସ ଓ ଯାତ୍ରୀ ସେବାକୁ ଅଧିକ ସହଜ ଓ କାର୍ଯ୍ୟକ୍ଷମ କରିବ ଏଲ୍‌ପିଏମ୍‌ଏସ୍‌ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ସୀମା ସୁରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଉନ୍ନତି ଦେଖିବାକୁ ମିଳିଛି। ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ମଙ୍ଗଳବାର, ଜୁନ୍ ୯, ୨୦୨୬ରେ ନୂଆଦିଲ୍ଲୀରେ ଲ୍ୟାଣ୍ଡ୍‌ ପୋର୍ଟ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍ (ଏଲପିଏମଏସ)ର ଉଦଘାଟନ କରିବେ । ଏହି ପଦକ୍ଷେପ ସ୍ମାର୍ଟ ସୀମା ପରିଚାଳନା ପ୍ରତି ମୋଦୀ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ, ଯାହାର ଲକ୍ଷ୍ୟ ହେଉଛି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମାଧାନ ମାଧ୍ୟମରେ ସୀମାପାର ବାଣିଜ୍ୟ ଏବଂ ଯାତ୍ରୀ ପରିବହନକୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା।ଏହି ଅବସରରେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ମେଘାଳୟର ଡାଉକି ଏବଂ ତ୍ରିପୁରାର ଶ୍ରୀମନ୍ତପୁର ଲ୍ୟାଣ୍ଡ ପୋର୍ଟରେ ନବନିର୍ମିତ ଅଂଶୀଦାର ରହଣି କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ। ଏହା ସୀମା ସୁରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରଙ୍କ ପାଇଁ ଭିତ୍ତିଭୂମି ସହାୟତାକୁ ଆହୁରି ସୁଦୃଢ଼ କରିବ।ଏଲପିଏମଏସର ଶୁଭାରମ୍ଭ ଭାରତ ପାଇଁ ଏକ ଆଧୁନିକ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ସ୍ମାର୍ଟ ସୀମା ପରିଚାଳନା ବ୍ୟବସ୍ଥା ଦିଗରେ ଏକ ଐତିହାସିକ ପଦକ୍ଷେପ। ଏହା ବାଣିଜ୍ୟ ପ୍ରେତ୍ସାହନ, ସଂଯୋଗୀକରଣ ଓ ଜାତୀୟ ସୁରକ୍ଷା ପ୍ରତି ଦେଶର ରଣନୈତିକ ଗୁରୁତ୍ବ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ପ୍ରତିଫଳିତ କରେ। ଏଲପିଏମଏସ ହେଉଛି ଏକ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟଫର୍ମ ଯାହା ସ୍ଥଳ ବନ୍ଦରଗୁଡ଼ିକର ସମସ୍ତ କାର୍ଯ୍ୟକୁ ଗୋଟିଏ ସମନ୍ବିତ ସିଷ୍ଟମରେ ଏକୀକୃତ କରିଥାଏ। ଏହା ଲଜିଷ୍ଟିକ୍ସ ଏବଂ ନିୟାମକ ସୂଚନାର ସୁରକ୍ଷିତ, ବାସ୍ତବ-ସମୟ ଆଦାନପ୍ରଦାନକୁ ସକ୍ଷମ କରିଥାଏ, ଯାହା ସ୍ଥଳ ବନ୍ଦରଗୁଡ଼ିକୁ ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦରରେ କାର୍ଯ୍ୟ କରୁଥିବା ଡିଜିଟାଲ୍ ସିଷ୍ଟମ ସହିତ ସମକକ୍ଷ କରିଥାଏ। ଏକ ନିରପେକ୍ଷ ଏବଂ ମୁକ୍ତ ପ୍ଲାଟଫର୍ମ ଭାବରେ, ଏଲପିଏମଏସ ବିଭିନ୍ନ ଅଂଶୀଦାର, ଯେପରିକି ସରକାରୀ ଏଜେନ୍ସି ଏବଂ ଘରୋଇ ଅପରେଟରମାନଙ୍କ ମଧ୍ୟରେ ନିର୍ବିଘ୍ନ ସମନ୍ୱୟକୁ ସହଜ କରିବ। ଏହା ଦ୍ଵାରା ବିଳମ୍ବ ହ୍ରାସ ହେବ ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ହେବ।ଏହି ବ୍ୟବସ୍ଥା ପଣ୍ୟଦ୍ରବ୍ୟ ଏବଂ ଯାତ୍ରୀ ପ୍ରକ୍ରିୟାକରଣ ନିମନ୍ତେ ସ୍ଲଟ୍ ବୁକିଂ, ପେମେଣ୍ଟ, ଟ୍ରାକିଂ ଏବଂ ସିଙ୍ଗଲ୍-ୱିଣ୍ଡୋ କ୍ଲିୟରାନ୍ସ ଆଦି ସଂପୂର୍ଣ୍ଣ କାର୍ଯ୍ୟପ୍ରବାହ ସୁନିଶ୍ଚିତ କରିଥାଏ । ICEGATE, ULIP ଏବଂ ମୋଟର ଯାନ ଇକୋସିଷ୍ଟମ ଭଳି ପ୍ରମୁଖ ଜାତୀୟ ପ୍ଲାଟଫର୍ମ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ଏହି ବ୍ୟବସ୍ଥା ଆନ୍ତଃପରିଚାଳନା, ଦକ୍ଷ ଏବଂ ସ୍ୱଚ୍ଛ ସୀମା ପରିଚାଳନାକୁ ସକ୍ଷମ କରିବ। ଭାରତୀୟ ଭୂମି ବନ୍ଦର ପ୍ରାଧିକରଣ (ଏଲପିଏଆଇ) ହେଉଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୀମା ପରିଚାଳନା ବିଭାଗ ଅଧୀନରେ ଏକ ବୈଧାନିକ ସଂସ୍ଥା, ଯାହା ବାଣିଜ୍ୟ, ସଂଯୋଗୀକରଣ ଏବଂ ଆଞ୍ଚଳିକ ସହଯୋଗକୁ ସହଜ କରିବା ପାଇଁ ସ୍ଥଳ ବନ୍ଦରଗୁଡ଼ିକର ବିକାଶ ଏବଂ ପରିଚାଳନା କରିଥାଏ। ବର୍ତ୍ତମାନ, ଏଲପିଏଆଇ ଭାରତର ଅନ୍ତର୍ଜାତୀୟ ସୀମାରେ ୧୫ଟି ସ୍ଥଳ ବନ୍ଦର ପରିଚାଳନା କରୁଛି। ସେଗୁଡ଼ିକ ହେଉଛି ଭାରତ-ପାକିସ୍ତାନ ସୀମାରେ ଅଟାରୀ (ପଞ୍ଜାବ) ଏବଂ ଡେରା ବାବା ନାନକ (ପଞ୍ଜାବ); ଭାରତ-ନେପାଳ ସୀମାରେ ରୂପାଇଡିହା (ଉତ୍ତର ପ୍ରଦେଶ), ରକ୍ସୌଲ (ବିହାର), ଏବଂ ଯୋଗବାନି (ବିହାର); ଭାରତ-ଭୂଟାନ ସୀମାରେ ଦାରାଙ୍ଗ (ଆସାମ); ଭାରତ-ବାଂଲାଦେଶ ସୀମାରେ ପେଟ୍ରାପୋଲ (ପଶ୍ଚିମ ବଙ୍ଗ), ଡାଉକି (ମେଘାଳୟ), ସୁତାରକାଣ୍ଡି, ଗୋଲକଗଞ୍ଜ, ଏବଂ ମାନକାଚର (ଆସାମ), ଅଗରତାଲା, ଶ୍ରୀମନ୍ତପୁର ଏବଂ ସାବ୍ରୁମ୍ (ତ୍ରିପୁରା); ଏବଂ ଭାରତ-ମିଆନମାର ସୀମାରେ ମୋରେହ (ମଣିପୁର)।

Leave a Reply

Your email address will not be published. Required fields are marked *