ଅଣସର ଘରେ ପ୍ରଭୁ ଜଗନ୍ନାଥ

ଅଣସର ଘରେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀ ସହିତ
ସୁଦର୍ଶନ ପ୍ରଭୁ ତୁମରି ପାଖରେ
ଭକତ ମାନେ ଦୁଃଖିତ
(ଆଶୁ କବି -ହରିହର ସାହୁ)
ଅଣସର ଘରେ ପ୍ରଭୁ ଜଗନ୍ନାଥ ଭାଇ ଭଉଣୀ ସହିତ
ସୁଦର୍ଶନ ପ୍ରଭୁ ତୁମରି ପାଖରେ
ଭକତ ମାନେ ଦୁଃଖିତ।।
ସୁବାସିତ ଜଳ ଶହେ ଆଠ ଗରା ସ୍ନାନ ପାଇଁ ରଖାଗଲା
ଜଗନ୍ନାଥ ପାଇଁ ପଞ୍ଚତ୍ରିସ ଗରା
ସ୍ନାନ ବିଧି କରାଗଲା।
ତ୍ରୟ ତ୍ରିସ ଗରା ସୁବାସିତ ଜଳେ
ବଳଭଦ୍ର ସ୍ନାନ ହେଲେ
ବାଇଶି ଗରା ରେ ସୁଭଦ୍ରା ଦେବୀ ଯେ
ସ୍ନାନ କାମ ଶେଷ କଲେ।
ଅଷ୍ଟାଦଶ ଗରା ସୁବାସିତ ଜଳେ ସୁଦର୍ଶନ କଲେ ସ୍ନାନ
ଦେବ ସ୍ନାନ ପୂର୍ଣ୍ଣିମା ତିଥିରେ
ଏତ ବିଧିର ବିଧାନ।।
ସୁବାସିତ ଜଳ ସ୍ନାନ କରିଣ
ପ୍ରଭୁ ଙ୍କୁ ଯେ ଜ୍ଵର ହେଲା
ଅଣସର ଘରେ ଔଷଧ ସେବନ ପ୍ରଭୁ ଙ୍କୁ ଯେ ଦିଆଗଲା।
ଭକତ ବତ୍ସଳ ଭାବ ବିନୋଦିଆ ଜଗତ ର ନାଥ ହରି
ଅଣସର ଘରେ ରହିଲେ ଯେ ପ୍ରଭୁ ପୂର୍ଣ୍ଣିମା ରେ ସ୍ନାନ କରି।
ବିଧିର ବିଧାନ କେ କରିବ ଆନ
ଲେଖା ଅଛି ଯେ ଭାଗ୍ୟରେ
ଶ୍ରୀକ୍ଷେତ୍ର ଧାମରେ ପୂଜା ପାଉଛନ୍ତି
ଅତି ବିଚିତ୍ର ଭାବରେ।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ।

Leave a Reply

Your email address will not be published. Required fields are marked *