ଭାଗବତରେ ନବଧା ଭକ୍ତି
ଭାଗବତରେ ନବଧା ଭକ୍ତି
ଭାଗବତରେ ଭକ୍ତି ୯ ପ୍ରକାର ବୋଲି କୁହାଯାଇଛି:-
ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋ8
ସ୍ମରଣଂ ପାଦସେବନମ୍।
ଅର୍ଚନଂ ବନ୍ଦନଂ ଦାସ୍ୟଂ
ସଖ୍ୟମାତ୍ମନିବେଦନମ୍।।
୧- ଶ୍ରବଣ- ଭଗବାନଙ୍କର ଲୀଳା, କଥା ଏବଂ ଗୁଣଗୁଡିକୁ ଶ୍ରଦ୍ଧାର ସହିତ ଶୁଣିବା ଯେପରି ପରୀକ୍ଷିତ ମହାରାଜ କରିଥିଲେ।
୨- କୀର୍ତ୍ତନ- ଭଗବାନଙ୍କର ନାମ, ଗୁଣ ଏବଂ ମହିମାକୁ ଆନନ୍ଦ ଏବଂ ଉତ୍ସାହର ସହିତ ଗାନ କରିବା ଯେପରି ଶୁକଦେବ କରିଥିଲେ।
୩- ସ୍ମରଣ- ନିରନ୍ତର ଭଗବାନଙ୍କର ନାମ ସ୍ମରଣ ଏବଂ ତାଙ୍କର ଉପସ୍ଥିତିକୁ ଅନୁଭବ କରିବା। ଯେପରି ଭକ୍ତ ପ୍ରହ୍ଲାଦ କରିଥିଲେ।
୪- ପାଦ ସେବନ- ଭକ୍ତିର ସହିତ ଭଗବାନଙ୍କର ପାଦ ସେବା କରିବା ଏବଂ ତାଙ୍କ ଚରଣରେ ଆଶ୍ରୟ ନେବା। ଯେପରି ମା ଲକ୍ଷ୍ମୀ।
୫- ଅର୍ଚନ- ମନ, ବଚନ ଏବଂ କର୍ମରେ ତାଙ୍କର ପୂଜନ କରିବା। ଯେପରି ରାଜା ପ୍ଋଥୁ କରିଥିଲେ।
୬- ବନ୍ଦନ- ଭଗବାନ, ଗୁରୁଜନ ଏବଂ ସାଧୁମାନଙ୍କୁ ଭକ୍ତିର ସହିତ ସତ୍କାର ବା ପ୍ରଣାମ କରିବା। ଯେପରି ଅକ୍ରୁର କରିଥିଲେ।
୭- ଦାସ୍ୟ- ଭଗବାନଙ୍କୁ ମାଲିକ ବା ସ୍ୱାମୀ ମନେ କରି ନିଜକୁ ତାଙ୍କର ସେବକ ବୋଲି ମନେ କରିବା। ଯେପରି ହନୁମାନ କରୁଥିଲେ।
୮- ସଖ୍ୟ- ଭଗବାନଙ୍କୁ ନିଜର ସଖା ବୋଲି ବିଚାର କରିବା। ଯେପରି ଅର୍ଜୁନ କରିଥିଲେ।
୯- ଆତ୍ମନିବେଦନ- ନିଜକୁ ସଂପୂର୍ଣ୍ଣ ଭାବରେ ଭଗବାନଙ୍କ ଚରଣରେ ସମର୍ପଣ କରିବା।ଯେପରି ରାଜା ବଳି କରିଥିଲେ।
ଏହି ନବଧା ଭକ୍ତି ସାଧକକୁ ସାଂସାରିକ ମୋହ ମାୟାରୁ ମୁକ୍ତ କରି ଭଗବାନଙ୍କ ସହିତ ସଂପର୍କ ସ୍ଥାପନ କରିବାରେ ସହାୟକ ହୋଇ ଥାଏ।
ଇତି ଶମ୍
