ଏପ୍ରିଲ ୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ:ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ଏପ୍ରିଲ ୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଇଡି ହାଜତ ଅବଧି ଆଜି ଶେଷ ହବା ପରେ ତାଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଇଡି ତାଙ୍କ ରିମାଣ୍ଡ ଚାହୁନଥିବାରୁ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।

ସୂଚନା ଯେ, ପୂର୍ବରୁ ସିବିଆଇ ଦ୍ୱାରା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ମଧ୍ୟ ପୂର୍ବରୁ ଜେଲରେ ଅଛନ୍ତି।ସିବିଆଇ ମାମଲାର ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ମାର୍ଚ୍ଚ ୨୪ରେ ହେବ। ଅନ୍ୟପକ୍ଷରେ ଇଡି ମାମଲାରେ ମଧ୍ୟ ମନୀଷ ସିସୋଦିଆ ଜାମିନ ଆବେଦନ କରିଛନ୍ତି, ଯାହାର ଶୁଣାଣି ମାର୍ଚ୍ଚ ୨୫ରେ ହେବ।

Leave a Reply

Your email address will not be published. Required fields are marked *