ରଥଖଳାରେ ମହାରଣା ଆହତ
ରଥଖଳାରେ ଅଭାବନୀୟ ଘଟଣା। ରଥ ନିର୍ମାଣ ସମୟରେ ବାରସୀ ବାଜି ଯିବାରୁ ସହଯୋଗୀ ମହାରଣା ଆହତ। ରଥ କାଠ ହାଣୁଥିବା ସମୟରେ ନନ୍ଦିଘୋଷ ରଥର ଜଣେ ସହଯୋଗୀ ମହାରଣାଙ୍କ ଗୋଡ଼ରେ ବାରସୀ ବାଜି ଯିବାରୁ ସେ ଆହତ ହୋଇଛନ୍ତି। ଆହତ ମହାରଣା ଜଣକ ହେଉଛନ୍ତି ନନ୍ଦିଘୋଷ ରଥ ଚାଳିର ଜଗନ୍ନାଥ ମହାରଣା। ତେବେ ତୁରନ୍ତ ସ୍ବାସ୍ଥ୍ୟକର୍ମୀ ମାନେ ଜଗନ୍ନାଥଙ୍କୁ ଚିକିତ୍ସା ଯୋଗାଇଥିଲେ। ଏହାପରେ ପୁଣି ହାତରେ ବାରସୀ ଧରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଜଗନ୍ନାଥ। ମହାପ୍ରଭୁଙ୍କ କାର୍ଯ୍ୟ ବେଳେ ସାମାନ୍ୟ ଅସାବଧାନତା ହେଲେ ଏଭଳି ଘଟଣା ଘଟିଥାଏ। ଏଣୁ ରଥ ନିର୍ମାଣ ସମୟରେ ଅତି ସତର୍କତା ଅବଲମ୍ବନ କରି ରଥ ନିର୍ମାଣ କାର୍ଯ୍ୟ କରିଥାଉ ବୋଲି କହିଛନ୍ତି ଆହତ ହୋଇଥିବା ଜଗନ୍ନାଥ।
