ମହିଳା ଅଧିକାର ପାଇଁ ,ମହିଳା ଶିକ୍ଷିତ ଓ ସଂଗଠିତ ହେବା ପାଇଁ ଆହ୍ୱାନ।

ବ୍ରହ୍ମପୁର – ଗଣତାନ୍ତ୍ରିକ ମହିଳା ସମିତି ଓ ବ୍ରହ୍ମପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସେମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ବ୍ରହ୍ମପୁରଠାରେ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଉଭୟ ସଂଗଠନ ପକ୍ଷରୁ ଏକ ଆଲୋଚନା ସଭା ଆୟୋଜିତ ହୋଇଥିଲା।ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଅନୁଷ୍ଠିତ ଆଲୋଚନା ସଭାରେ ବହୁ ବିଶିଷ୍ଟ ମହିଳା ବୁଦ୍ଧିଜୀବୀ, ସମାଜସେବୀ ଓ ସଂଗଠକ ଅଂଶ ଗ୍ରହଣ କରିଥିଲେ।ସେମାନେ ସାମାଜିକ ,ଆର୍ଥିକ ଓ ରାଜନୈତିକ ଭାବେ ପୁରୁଷ ପୁରୁଷ ଧରି ମହିଳା ମାନେ ନିଷ୍ପେସିତ ଓ ଅବହେଳିତ ହୋଇ ଆସିଛନ୍ତି ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ। ମହିଳାଙ୍କ ଅଧିକାର ପାଇଁ ଅବହେଳାର ଇତିହାସ ଜାଣିବା ସହିତ ସଂଗଠିତ ହେବା ଏକ ମାତ୍ର ରାସ୍ତା ବୋଲି ଉଲ୍ଲେଖ କରିଥିଲେ।

ଆଜିର ଏହି ଆଲୋଚନା ସଭାରେ ଅଧ୍ୟାପିକା ଅନିତା ପାଣି, ଅଧ୍ୟାପିକା ସାନ୍ଧ୍ୟାରାଣୀ ବେହେରା, ଅଧ୍ୟାପିକା ନମିତା ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆରତି ଶତପଥୀ, ଲେଖିକା ବିଧୁ ପ୍ରଭା ରଥ,ପ୍ରତିଭା କୁମାରୀ ପାତ୍ର, ରଞ୍ଜୁବାଳା ସାହୁ ଓ ବିଷ୍ଣୁ ପ୍ରିୟା ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଏଥିରେ ଗଣତାନ୍ତ୍ରିକ ମହିଳା ସମିତିର ସଭାନେତ୍ରୀ ମିନତୀ ସ୍ୱାଇଁ ସଭା ପରିଚାଳନା କରିଥିଲେ। ସଭା ପୂର୍ବରୁ ଉଭୟ ସଂଗଠନ ପକ୍ଷରୁ ବିଶିଷ୍ଟ ଚିକିତ୍ସାବିତ ତଥା ସ୍ତ୍ରୀରୋଗ ବିଶେଷଜ୍ଞ k ଲକ୍ଷ୍ମୀ ବାଇଙ୍କୁ ତାଙ୍କର ସମାଜସେବା ଓ ତ୍ୟାଗ ପାଇଁ ତାଙ୍କ ବାସ ଭବନରେ ସମ୍ବର୍ଦ୍ଧନା କରିଥିଲେ। ଏଥିରେ ପ୍ରତିଭା ବ୍ରହ୍ମା, ବିଷ୍ଣୁ ପ୍ରିୟା ସାହୁ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ସୁବୋଧ ସାହୁ, ଇଶ୍ୱର ରାଓ, ନୀଳ ମାଧବ ରଥ,ଗୋପାଳ ପାଣିଗ୍ରାହୀ ଓ ଯୁଧିଷ୍ଠିର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *