ଅସହାୟ ଅଜଣା ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ପହଞ୍ଚାଇଲା ପୁରୀ ପୋଲିସ*

*ଅସହାୟ ଅଜଣା ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ପହଞ୍ଚାଇଲା ପୁରୀ ପୋଲିସ*ଗତକାଲି ରାତି ପ୍ରାୟ ୧.୦୦ ଘଟିକା ସମୟରେ ସିଦ୍ଧ ମହାବୀର ଓଭରବ୍ରିଜ ନିକଟରେ ପ୍ରାୟ ୫୦ ବର୍ଷ ବୟସ୍କ ଜଣେ ଅଜଣା ମହିଳା ଅସହାୟ ଅବସ୍ଥାରେ ବୁଲୁଥିବା ଦେଖି ଜଣେ ସଚେତନ ନାଗରିକ ୧୧୨ ଜରୁରୀକାଳୀନ ସେବାକୁ ସୂଚନା ପ୍ରଦାନ କରିଥିଲେ। ସୂଚନା ପାଇବା ପରେ ପିସିଆର–୬ର ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ନିଜ ହେପାଜତକୁ ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ସୁରକ୍ଷା ଓ ଯତ୍ନକୁ ଦୃଷ୍ଟିରେ ରଖି ପୁରୀ ମ୍ୟୁନିସିପାଲିଟି

ଆଶ୍ରୟସ୍ଥଳୀରେ ତାଙ୍କୁ ହସ୍ତାନ୍ତର କରାଯାଇଛି। ପୁରୀ ପୋଲିସ ସର୍ବଦା ଜନସାଧାରଣଙ୍କ ସୁରକ୍ଷା, ସେବା ଓ ମାନବିକ ସହାୟତା ପ୍ରଦାନ ପାଇଁ ପ୍ରତିବଦ୍ଧ। ଏପରି ପରିସ୍ଥିତିରେ କୌଣସି ଅସହାୟ, ନିଖୋଜ କିମ୍ବା ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ୧୧୨ ଜରୁରୀକାଳୀନ ସେବା କିମ୍ବା ନିକଟସ୍ଥ ପୋଲିସ ଥାନାକୁ ସୂଚନା ଦେବାକୁ ପୁରୀ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।

Leave a Reply

Your email address will not be published. Required fields are marked *