ଦାଣ୍ଡମୁକୁନ୍ଦପୁର ସାମ୍ନାରେ ଚଢ଼ାଉ
ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ଉପ-ନିରିକ୍ଷକ ଶ୍ରୀ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅନ୍ତର୍ଗତ ଲୋଟସ ମଣ୍ଡପ, ଦାଣ୍ଡମୁକୁନ୍ଦପୁର ସାମ୍ନାରେ ଚଢ଼ାଉ କରି ଏକ ବ୍ୟକ୍ତି ଯାହାଙ୍କ ନାମ ଦାମୋଦର ଦାସ,ବୟସ -41 ବର୍ଷ,ଗ୍ରାମ – ବାସୁଦେଇପୁରଥାନା – ପିପିଲି ଙ୍କୁ ଗିରଫ କରି ତାଙ୍କ ଠାରୁ 76(ଛଅସ୍ତରୀ) ଗ୍ରାମ ହିରୋଇନ ଜବତ କରି ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ – 23/23-24 ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 7,60,000/- ଟଙ୍କାରୁ ଉର୍ଦ୍ଧ ହେବ, ଏହି ଚଢ଼ାଉରେ ଅବକାରୀ ASI ସୁବାଷ ଚନ୍ଦ୍ର ମହାପାତ୍ର, କର୍ମଚାରୀ ଶ୍ରୀ ପ୍ରଦୀପ୍ତ କୁମାର ପଣ୍ଡା, ଜଗନ୍ନାଥ ଦାସ, ଡଲିମଣୀ, ଦିପ୍ତୀରଂଜନ ଦାସ ପ୍ରମୁଖ ସାମିଲ ଥିଲେ ।
