ଖୁବଶୀଘ୍ର ଓଡ଼ିଶାରେ ସବୁ ଜିଲ୍ଲାରେ ବିଆରଏସ ଦଳ ତାର କାର୍ଯ୍ୟକ୍ରମ ଆରମ୍ଭ କରିବ
ଭୁବନେଶ୍ୱର– ଆମେ ଖୁବ ଶୀଘ୍ର ସବୁ ଜିଲ୍ଲା ବୁଲିବୁ।ଆମର ଯୁବ, ଛାତ୍ର, ମହିଳା କୃଷକ ଭଳି ସାଙ୍ଗଠନିକ ମୁଖ୍ୟ ମାନଙ୍କୁ ଦାୟିତ୍ୱ ଦେବୁ, ସବୁ ଜିଲ୍ଲାରେ ଦଳୀୟ ଅଫିସ ଖୋଳାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଆମ ଦଳ ତେଲେଙ୍ଗାନା ସରକାର ତାଙ୍କ ରାଜ୍ୟ ବାସୀଙ୍କ ପାଇଁ ସବୁ କଲ୍ୟାଣ ମୂଳକକାର୍ଯ୍ୟକ୍ରମ ଗୁଡିକୁ ଆମ ଲୋକମାନଙ୍କୁ ଜଣାଇବୁ ଓ ଆମ ସଂଗଠନ ବଢାଇବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିବୁ ବୋଲି କହିଛନ୍ତି ନୂତନ ଭାବେ ଗଠିତ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଥିବା କୋରାପୁଟର ପୂର୍ବତନ ସାଂସଦ ଶ୍ରୀ ଜୟରାମ ପାଙ୍ଗି। ତେଲେଙ୍ଗାନା ସରକାର ମାସିକ ଭତ୍ତା 2500 ଟଙ୍କା ଦେଉଥିବାବେଳେ ଓଡିଶା ସରକାର ମାତ୍ର 500ଟଙ୍କା ଦେଉଛନ୍ତି, ଚାଷୀଙ୍କୁ ମାଗଣା ବିଜୁଳି, ଚାଷ କରିବା ପାଇଁ ଏକର ପିଛା ଦଶ ହଜାର ଟଙ୍କା, ବେକାରୀ ଭତ୍ତା, ଦାଦନ ଶ୍ରମିକ ସଂଖ୍ୟା ଶୂନ କରିବାରେ ସକ୍ଷମ, ସବୁଲୋକଙ୍କୁ ଘର, ଜମି ପ୍ରଦାନ ଭଳି ଅନେକ ଜନ ହିତକର ଯୋଜନା କରି ଲୋକପ୍ରିୟତା ହାସଲ କରିଥିବାରୁ ଏବଂ ଆମ ଓଡ଼ିଶାରେ ଆମ ଆଦମୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଓ ଓଡ଼ିଶାରେ ଉଭୟ ବିଜେପି ଓ ବିଜେଡି ସହ ଫାଇଟ କରିବା ପାଇଁ ଚେଷ୍ଟା ଜାରି ରଖିବୁ ବୋଲି କହିଛନ୍ତି ଶ୍ରୀ ପାଙ୍ଗି।
ରିପୋର୍ଟ- ବିଜୟ ନନ୍ଦ, ଭୁବନେଶ୍ୱର।
