ରଥଖଳାରେ ଶୋକାକୁଳ ପରିବେଶ।
ରଥଖଳାରେ ଶୋକାକୁଳ ପରିବେଶ। ରଥ ନିର୍ମାଣରେ ନିୟୋଜିତ ଭୋଇ ସେବକଙ୍କ ମୃତ୍ୟୁ। ହୃଦଘାତରେ ମୃତ୍ୟୁବରଣ କଲେ ଭୋଇ ସେବକ ଧୋବା ଭୋଇ। ତାଳଧ୍ଵଜ ରଥରେ ଭୋଇ ସେବକ ଭାବେ କାର୍ଯ୍ୟ କରୁଥିଲେ ଧୋବା। ଆଜି ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। ଭୋଇ ସେବକଙ୍କ ମୃତ୍ୟୁ କୁ ନେଇ ଦୁଃଖ ପ୍ରକାଶ କଲେ ଜିଲ୍ଲାପାଳ।ମୃତ ଭୋଇ ସେବକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ସୂଚନା।
