ପିସିଆର ର ସତର୍କତା ଓ ତତ୍ପରତାରେ ହଜିଯାଇଥିବା ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟକୁ ଫେରିପାଇଲେ ଛାତ୍ରଙ୍କୁ
ପିସିଆର ର ସତର୍କତା ଓ ତତ୍ପରତାରେ ହଜିଯାଇଥିବା ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟକୁ ଫେରିପାଇଲେ ଛାତ୍ରଙ୍କୁ* ଅପରାହ୍ନ ପ୍ରାୟ ୨.୩୦ ଘଟିକା ସମୟରେ, ପୁରୀ ସହରର ଗୋଖାସାହି ଛକ ନିକଟରେ ପିସିଆର–୪ ପକ୍ଷରୁ ନିୟମିତ ପେଟ୍ରୋଲିଂ କରାଯାଉଥିବା ବେଳେ ରାସ୍ତା କଡ଼ରେ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଗତ ସାର୍ଟିଫିକେଟ ପଡ଼ିଥିବା ଦେଖିବାକୁ ମିଳିଥିଲା। ସାର୍ଟିଫିକେଟଗୁଡ଼ିକର ଯାଞ୍ଚ କରି ସେଥିରେ ଉଲ୍ଲେଖ ଥିବା ବିଦ୍ୟାଳୟର ସୂଚନା ଆଧାରରେ ପିସିଆର–୪ ଟିମ୍ ତୁରନ୍ତ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ସାର୍ଟିଫିକେଟର ମାଲିକଙ୍କ ପରିଚୟ ଏବଂ ଠିକଣା ସମ୍ପର୍କିତ ସୂଚନା ସଂଗ୍ରହ କରାଯାଇଥିଲା। ପରେ ସମ୍ପୃକ୍ତ ପରିବାର ସହ ଯୋଗାଯୋଗ କରାଯିବା ପରେ ଛାତ୍ରଙ୍କ ଭାଇ ପୁଲିସଙ୍କ ନିକଟରେ ପହଞ୍ଚିଥିଲେ।

ଯଥାର୍ଥ ଯାଞ୍ଚ ପରେ ସମସ୍ତ ସାର୍ଟିଫିକେଟ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ସାର୍ଟିଫିକେଟ ଫେରିପାଇ ଛାତ୍ର ଓ ତାଙ୍କ ପରିବାର ସଦସ୍ୟମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ପୁରୀ ପୁଲିସର ତତ୍ପରତା, ସତର୍କତା ଓ ଜନସେବାମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଛାତ୍ର ହେଲେ ଜ୍ୟୋତି ପ୍ରକାଶ ପଣ୍ଡା, ପିତା ପ୍ରଶାନ କୁମାର ପଣ୍ଡାମାର୍କଣ୍ଡେଶ୍ୱର ସାହି, ପୁରୀ, ବାସେଳୀସାହି ଥାନା। ପୁରୀ ପୁଲିସ ସର୍ବଦା ଜନସାଧାରଣଙ୍କ ସୁରକ୍ଷା, ସହାୟତା ଓ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ।
