ମିଶନ୍ “ସବୁଜ ସୁନ୍ଦର କୋରେଇ” କାର୍ଯ୍ୟକ୍ରମର ଶୁଭାରମ୍ଭରେ ଫଳବୃକ୍ଷ ରୋପଣ ଓ ବଂଟନ

କୋରେଇ, ୦୭/୦୮: ଆଜି ସକାଳ ୧୧ଘଟିକା ସମୟରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ପାଟରଙ୍ଗା ଗ୍ରାମପଂଚାୟତ ଗୋହିରାଗଡିଆ ଠାରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟରେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ କରକମଳରେ ମିଶନ୍ “ସବୁକ ସୁନ୍ଦର କୋରେଇ” ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ବୃକ୍ଷରୋପଣ କରାଯାଇ ସ୍କୁଲର ପିଲାମାନଙ୍କୁ ନଡିଆ, ପଣସ, ଆମ୍ଭ, ପିଜୁଳି, ଲେମ୍ବୁ ଆଦି ଫଳଗଛ ବଂଟନ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷପରେ ଗୋହିରାଗଡିଆ ଗ୍ରାମରେ ସମସ୍ତ ପରିବାରଙ୍କୁ ନଡିଆ ଗଛ ବଂଟନ କରାଯାଇଥିଲା । ବର୍ତମାନ ଜଳବାୟୂ ପରିବର୍ତନ ଯୋଗୁ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଘଟୁଛି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଧନଜୀବନ ହାନୀ ହେଉଛି । ଗଛ ଲଗାଇବା ଦ୍ୱାରା ଏହିସବୁ ସମସ୍ୟାରୁ କିଛିମାତ୍ରାରେ ମୁକ୍ତି ମିଳିପାରିବ ବୋଲି ଆଶା ବାନ୍ଧିଛନ୍ତି ଶ୍ରୀ ଦାସନାୟକ । ଏହା ସହିତ ଏହି ଗଛ ଛାଇରେ ଲୋକେ ଆରାମ ପାଇବେ, ରାସ୍ତାରେ ଯାତାୟତ କରୁଥିବା ପଥଚାରୀମାନେ ଟିକେ ବିଶ୍ରାମ ନେଇପାରିବେ ଏବଂ ଫଳ ଫଳିଲେ ତା’ର ଫଳ ଖାଇ ଲୋକେ ଭୋକ ମେଂଟାଇ ପାରିବେ ବୋଲି ଶ୍ରୀ ଦାସନାୟକ କହିଛନ୍ତି । ସଂପ୍ରତି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜନବସତି ଗଢିଉଠୁଛି । ଲୋକମାନେ ଆବଶ୍ୟକୀୟ ଗୃହ ଉପକରଣ ଏବଂ ଗୃହ ନିର୍ମାଣ କରିବାକୁ ଜଙ୍ଗଲ ଧ୍ୱଂସ କରିବାରେ ଲାଗିଛନ୍ତି । ଏମିତିକି ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରିବାକୁ ପଛାଉନାହାଁନ୍ତି । ଗଛ କାଟିବା ଦ୍ୱାରା ବାୟୂମଣ୍ଡଳରୁ ଆସ୍ତେ ଆସ୍ତେ ଅମ୍ଳଜାନ କମିଯାଉଛି । ଅମ୍ଳଜାନ କମିଯିବାରୁ ଲୋକମାନେ ମୃତ୍ୟୁବରଣ କରୁଛନ୍ତି । ଏହିସବୁ ସମସ୍ୟାରୁ ମୁକ୍ତି ପାଇବାପାଇଁ ଗଛ ଲଗାଇବା ନିତାନ୍ତ ଜରୁରୀ ଅଟେ । ନିଜର କର୍ମମୟ ଜୀବନରୁ ସମୟ ବାହାରକରି ସମସ୍ତଙ୍କୁ କିଛି କିଛି ଗଛ ଲଗାଇବାକୁ ନିବେଦନ କରିଛନ୍ତି । ତାଙ୍କର ଏହି ପ୍ରୟାସ ଆଗାମୀ ପିଢିପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା । କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା । ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଂଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କୋରେଇ ବ୍ଲକ୍ ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ଅସନଝର ସରପଂଚ ମମତା ମଞ୍ଜରୀ ସ୍ୱାଇଁ, ପ୍ରୀତିରଞ୍ଜନ ସାହୁ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ଜିଲ୍ଲା ମହିଳା ସଭାନେତ୍ରୀ ଦୀପ୍ତିମୟୀ କୁଅଁର, ବନ୍ଦାଳ ସରପଂଚ ବିଷ୍ଣୁ ରଥ, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ବ୍ରାହ୍ମଣୀଦେବୀ ମଣ୍ଡଳ ଯୁବ ସଭାପତି ସୁଜିତ୍ ସ୍ୱାଇଁ, ସାଦକପୁର ସରପଂଚ ରବିନ୍ଦ୍ର ବେହେରା, କନ୍ତୋର ସରପଂଚ ସାରଙ୍ଗ ପ୍ରଧାନ, ଅନ୍ଧାରୀ ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ କୁଳମଣି ଦାସ, ମକୁନ୍ଦପୁର ସଭାପତି ହିମାଂଶୁ ପାଢୀ, ଅସନଝର ସଭାପତି ପ୍ରହଲ୍ଲାଦ ଜେନା, ବୈତରଣୀ ମଣ୍ଡଳ ଯୁବ ସଭାପତି ମନୋଜ ଦାସ, କନ୍ତୋର ପୂର୍ବତନ ସମିତି ସଭ୍ୟ ଅଶୋକ ବାରିକ, ବରୁଣ୍ଡେଇ ପୂର୍ବତନ ସମିତି ସଭ୍ୟା ଜୟନ୍ତୀ ସାହୁ, ଦିବାକର ମହାପାତ୍ର, ନୀଳମାଧବ ଚକ୍ର, ଉଦୟ ପରିଡା, ଜନ୍ମେଜୟ ସାହୁ, ଗୋପାଳ ସାହୁ, ଗୟାଧର ପରିଡା, ସଞ୍ଜିବ ନାୟକ ସୁବ୍ରତ ସ୍ୱାଇଁ, ରସୁଲପୁର ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ୩୩ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ରସୁଲପୁର ମିଡିଆ ସେଲ୍ ପଦ୍ମଲୋଚନ ନାୟକ, ନରସିଂହପୁର ଗ୍ରାମପଂଚାୟତ ସଭାପତି ସୁବାଷ ନାୟକ, ହିଙ୍ଗୁଳା ମଣ୍ଡଳ ସଭାପତି ବିନୋଦ ମହାରଣା, ଅଦୈତ ରାଉତ, ପ୍ରକାଶ ସାହୁ, ଶଶୀଭୁଷଣ ସାହୁ, ରମାକାନ୍ତ ବେହେରା, ଦୁଶ୍ମନ୍ତ ମଳିକ, ପ୍ରଫୁଲ୍ଲ ସାହୁ, ସର୍ବେଶ୍ୱର ସାହୁ, ପାଟରଙ୍ଗା ଗ୍ରାମପଂଚାୟତର ସରପଂଚ ରଞ୍ଜନ ଦାସ, ସମିତି ସଭ୍ୟ କୁଶ ମୁଣ୍ଡା, ବିଜେପି ସଭାପତି ରବିନାରାୟଣ ଦାସ, ବସନ୍ତ କର, ନିତ୍ୟାନନ୍ଦ ସାହୁ, ତୁଷାରକାନ୍ତ ସ୍ୱାଇଁ, ଅମିତା ସାହୁ, ପଂଚାନନ ବାଣ୍ଠ, ସୁରେନ୍ଦ୍ର ଦାସ, ବିଜୟ ପୃଷ୍ଟି, ବିଜୟ ବେହେରା, ବାବନ ବାରିକ, କାଶୀନାଥ ବେହେରା, ହୃଷିକେଶ ବେହେରା, ଅରୁଣ ସେଠୀ, ରାଜେନ୍ଦ୍ର ବିହାରୀ, ପ୍ରକାଶ ନାୟକ, ଦିଲ୍ଲୀପ ନାୟକ, ଭଜୁ ପ୍ରଧାନ ରାକେଶ ନାୟକ, ଚିନ୍ତାମଣି ପାତ୍ର, ବୋଧିରାମ ପାତ୍ର, ଦିଲ୍ଲୀପ ସ୍ୱାଇଁ, ପାଣିକୋଇଲି ସରପଂଚ ପଦ୍ମାବତୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *