ସେବକ ଜରା ନିବାସରେ ନିଆରା ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧିହେଲେ ବିକ୍ରମ ଓ ସନ୍ଧ୍ୟା

ବଡ଼ଚଣା : ଆଜିର ସମାଜରେ, ଯେଉଁଠି ଅନେକେ ବିବାହକୁ ନିଜର ସାମାଜିକ ସ୍ଥିତି,ଧନ ଓ ପ୍ରତିଷ୍ଠାର ପ୍ରଦର୍ଶନ ଭାବେ ଦେଖନ୍ତି, ସେଠାରେ ବିକ୍ରମ ଓ ସନ୍ଧ୍ୟା ବିବାହ ଭଳି ପବିତ୍ର ବନ୍ଧନକୁ ମାନବତା,ସେବା ଓ ସଂସ୍କାରର ଏକ ଅପୂର୍ବ ଉଦାହରଣରେ ପରିଣତ କରିଲେ ପ୍ରାୟ ଦୁଇ ବର୍ଷ ପୂର୍ବରୁ ମଜାକରେ ତାଙ୍କୁ କୁହାଯାଇଥିବା ଗୋଟିଏ କଥାକୁ ସେ ଆଜି ବାସ୍ତବତାର ରୂପ ଦେଇଛନ୍ତି।ଯେଉଁଠାରେ ଆମର ଚିନ୍ତାଧାରା କେବଳ କଳ୍ପନାରେ ସୀମିତ ରହିଗଲା, ସେଠାରେ ସେହି ଚିନ୍ତାକୁ ସେ ମହାନ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି,ଏହା ହିଁ ତାଙ୍କର ମହାନତା ଓ ବ୍ୟକ୍ତିତ୍ୱର ପରିଚୟ।ଆସନ୍ତାକାଲି ତାଙ୍କର ଏହି ପବିତ୍ର ବିବାହ ଉତ୍ସବ ଛତିଆ ସୋଲର ସ୍ଥିତ “ସେବକ” ବୃଦ୍ଧା ଆଶ୍ରମ ଜରା ନିବାସ ରେ ବୈଦିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇ ଯାଇଛି।ଏହା କେବଳ ଏକ ବିବାହ ନୁହେଁ, ଏହା ମାନବିକତାର ଏକ ପବିତ୍ର ଯଜ୍ଞ, ଯେଉଁଠାରେ ଅସହାୟ ଓ ଅବହେଳିତ ବୃଦ୍ଧମାନଙ୍କ ଆଶୀର୍ବାଦ ହିଁ ହେବ ସର୍ବଶ୍ରେଷ୍ଠ ମଙ୍ଗଳସୂତ୍ର।ଜୀବନର ସମସ୍ତ ଆନନ୍ଦ ଉତ୍ସବରୁ ଦୂରେଇ ଯାଇଥିବା ସେହି ବୃଦ୍ଧ ଅନ୍ତେବାସୀମାନେ କେବେ ଭାବିନଥିବେ ଯେ, ସେମାନଙ୍କ ଆଖିଆଗରେ ଏକ ନବ ଦମ୍ପତି ସାତଜନ୍ମର ସମ୍ପର୍କରେ ବାନ୍ଧି ହେବେ ଏବଂ ସେମାନଙ୍କୁ ସେହି ପବିତ୍ର ମୁହୂର୍ତ୍ତର ଭାଗୀଦାର କରାଯିବ। ନବଦମ୍ପତିଙ୍କ ଏଭଳି ଚିନ୍ତାଧାରା ସେମାନଙ୍କ ନିରବ ଜୀବନରେ ପୁଣିଥରେ ହସ, ଆଶା ଓ ଆତ୍ମୀୟତାର ଆଲୋକ ଜଳାଇଦେଇଛି।ଆଜି ବିକ୍ରମ ଓ ସନ୍ଧ୍ୟା ପ୍ରମାଣ କରିଦେଲେଯେ ସମାଜକୁ ପରିବର୍ତ୍ତନ କରିବା ପାଇଁ ବଡ଼ ପଦବୀ କିମ୍ବା ଧନର ଆବଶ୍ୟକତା ନାହିଁ,ଆବଶ୍ୟକ ଥାଏ ଗୋଟିଏ ବଡ଼ ହୃଦୟର,ତାଙ୍କର ଏହି ମହାନ ପଦକ୍ଷେପ ଆଜିର ଯୁବପିଢ଼ୀ ପାଇଁ ଏକ ଜୀବନ୍ତ ଉଦାହରଣ ହୋଇ ରହିବ,ଆସନ୍ତା ଦିନରେ ଅନେକ ଯୁବକ ତାଙ୍କୁ ଅନୁସରଣ କରି ସମାଜ ପାଇଁ କିଛି ଭଲ କରିବାର ନିଶ୍ଚିନ୍ତ ଭାବେ ପ୍ରେରଣା ପାଇବେ।

Leave a Reply

Your email address will not be published. Required fields are marked *